Supreme Court orders removal of stray dogs from schools, hospitals

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଡାକ୍ତରଙ୍କ ସୁରକ୍ଷା ପାଇଁ ଟାସ୍କଫୋର୍ସ ଗଠନ କରିବେ ସୁପ୍ରିମକୋର୍ଟ । ସିନିୟର ଓ ଜୁନିୟର ଡାକ୍ତରଙ୍କ ସୁରକ୍ଷା ପାଇଁ ପରାମର୍ଶ ଦେବ ଟାସ୍କଫୋର୍ସ। ସୁରକ୍ଷା ପାଇଁ ସାରା ଦେଶରେ କି କାର୍ଯ୍ୟପନ୍ଥା ହେବ, ଟାସ୍କଫୋର୍ସ ପରାମର୍ଶ ଦେବ। ଡାକ୍ତରଙ୍କ ସୁରକ୍ଷା ନେଇ ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟ ବିଚାରପତି। ହସ୍ପିଟାଲ ୨୪ ଘଣ୍ଟା ଖୋଲାଥିବା, ଡାକ୍ତର ଡ୍ୟୁଟି କରୁଥିବାରୁ ସୁରକ୍ଷା ଜରୁରୀ ବୋଲି କହିଛନ୍ତି।

ସର୍ଜନ ଆର ସରିନ, ଡକ୍ଟର ଡି. ନାଗେଶ୍ୱର ରେଡ୍ଡୀ, ଡକ୍ଟର ଏମ ଶ୍ରୀନିବାସ, ଡକ୍ଟର ପ୍ରତିମା ମୂର୍ତ୍ତି, ଡକ୍ଟର ଗୋବର୍ଦ୍ଧନ ଦତ୍ତ ପୁରୀ, ଡକ୍ଟର ସୌମିତ୍ରା ରାୱତ, ଦିଲ୍ଲୀ ଏମ୍ସର କାର୍ଡିଓଲୋଜି ମୁଖ୍ୟ ପ୍ରଫେସର ଅନୀତା ସକ୍ସସେନା, ମୁମ୍ବାଇ ଗ୍ରାଣ୍ଟ ମେଡିକାଲ କଲେଜ ଡିନ ପ୍ରଫେସର ପଲ୍ଲବୀ ସାପ୍ରେ, ଏମ୍ସ ନ୍ୟୁରୋଲୋଜି ବିଭାଗର ଡକ୍ଟର ପଦ୍ମା ଶ୍ରୀବାସ୍ତବଙ୍କୁ ନେଇ ଟାସ୍କଫୋର୍ସ କମିଟି ଗଠନ ହୋଇଛି। ଏଥିସହ ୩ ଜଣ ପୂର୍ବତନ ଅଫିସିଆଲ ସଦସ୍ୟଙ୍କ ମଧ୍ୟରେ କ୍ୟାବିନେଟ୍ ସଚିବ, ଗୃହ ସଚିବ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ସାମିଲ ଅଛନ୍ତି।

By Nirvay

Leave a Reply

Your email address will not be published. Required fields are marked *