ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର ଉପଭୋକ୍ତାଙ୍କ ପାଇଁ ଜରୁରୀ ସୂଚନା । ନୂତନ ଆର୍ଥିକ ବର୍ଷ ଆଜି ଅର୍ଥାତ୍ ୧ ଏପ୍ରିଲରୁ ଆରମ୍ଭ ହୋଇଛି । ତେଣୁ ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ୍ ସର୍ଭିସ୍ ୩ ଘଣ୍ଟା ପାଇଁ ବନ୍ଦ ରହିବ । ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିବ । ତଥାପି, ଗ୍ରାହକମାନେ ଏହି ସମୟରେ ୟୁପିଆଇ ଲାଇଟ୍ କିମ୍ବା ଏଟିଏମ ସେବା ମାଧ୍ୟମରେ ଟଙ୍କା କାରବାର କରିପାରିବେ । ଉପଭୋକ୍ତାଙ୍କ ପାଇଁ ଏନେଇ ସୂଚନା ଜାରି କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । Post navigation ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ରାଜ୍ୟସ୍ତରୀୟ ‘ଓଡ଼ିଶା ଦିବସ’ ପାଳନ ୨ ସପ୍ତାହ ମଧ୍ୟରେ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଯୋଜନା: ମୋହନ ମାଝୀ