ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ବସ୍ତରୀୟ ଇକୋ ଟୁରିଜିମ୍ ହବ୍ । ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ସବିଶେଷ ପ୍ରକଳ୍ପ ରିପୋର୍ଟ (DPR) କୁ ଅନୁମୋଦନ ମିଳିଛି। ୯୯ କୋଟି ୭୫ ଲକ୍ଷର ସବିଶେଷ ପ୍ରକଳ୍ପ ରିପୋର୍ଟ ଦିଆଯାଇଛି ।

ଏହା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୁଣାକୋଟ, ଜଗନ୍ନାଥପୁର, ଟିକରପଡ଼ା, ବାଲିପୁଟ, କୁସଙ୍ଗ ଏବଂ ଛାମୁଣ୍ଡିଆ ଠାରେ ନୂଆ ପ୍ରବେଶ ପଥ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ଫୁଡ୍‌ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର, ୱାଚ ଟାୱାର ଏବଂ ରିଭର ଭିୟୁ ଡେକ୍ ଭଳି ସୁବିଧା ସାମିଲ ରହିଛି।

ଏହି ରୂପାନ୍ତରଣ ପରେ ସାତକୋଶିଆ କେବଳ ଓଡ଼ିଶା ନୁହେଁ, ବରଂ ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *