୧୯୯୬ ବ୍ୟାଚର ଆଇଏଏସ ଅଫିସର ଶାଶ୍ୱତ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ । ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡ୍କୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ଵିଜ୍ଞପ୍ତି ପ୍ରକାଶ ପାଇଛି । ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରକୁ ଯିବା ପରେ ପଦବୀ ଖାଲି ପଡ଼ିଥିଲା । ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବାକୁ ଥିବାରୁ ଶାଶ୍ୱତଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଶାଶ୍ୱତ ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ସହିତ ଇଡ଼କୋର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଓ ରାଜ୍ୟପାଳଙ୍କ ସଚିବ ଭାବେ କାର୍ଯ୍ୟ କରିଛନ୍ତି । Post navigation ଶରଧାବାଲି ଦଳାଚକଟା: ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି; ୨ ପୋଲିସ ଅଫିସର ନିଲମ୍ବିତ ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ