ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର । ସେ ଆନୁଷ୍ଠାନିକ ଭାବରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ଏ ନେଇ ସସ୍ମିତଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ରାଜ୍ୟସଭାରେ ନେତୃତ୍ୱ ଭୂମିକାରୁ ପାତ୍ରଙ୍କ ବିଦାୟ ବିଜେଡି ପଦ ମଧ୍ୟରେ ଏକତା ଉପରେ ପ୍ରଶ୍ନ ଉଠାଇଛି। ଯୋଗାଯୋଗ ଏବଂ ଆଇଟି ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିରୁ ଇସ୍ତଫା ଦେବାର କିଛି ଦିନ ପରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ପାତ୍ରଙ୍କ ଇସ୍ତଫା ଆସିଛି। ରାଜ୍ୟସଭାରେ ଏବେ ବିଜେଡିର ୬ ସାଂସଦ ରହିଛନ୍ତି। ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ ଓ ସଂତୃପ୍ତ ମିଶ୍ର। ୨୦୨୨ ମସିହାରୁ ସସ୍ମିତ ବିଜେଡିର ସଂସଦୀୟ ଦଳ ନେତା ରହିଛନ୍ତି ସସ୍ମିତ ପାତ୍ର ଗତକାଲି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କୁ ଭେଟିଥିଲେ । ନିକଟରେ ରାଜ୍ୟସଭା ନିର୍ବାଚନ ସମୟରେ ସଂତୃପ୍ତ ମିଶ୍ରଙ୍କ ପ୍ରବେଶକୁ ନେଇ କିଛି ନେତା ଅସନ୍ତୁଷ୍ଟ ଥିଲେ । ସସ୍ମିତ ସଂସଦରେ ଅନେକ ଗୁରୁତ୍ୱପୂର୍ଣ୍ଣ କମିଟିରେ ସଦସ୍ୟ ରହିଛନ୍ତି । ଗତ ମାର୍ଚ୍ଚ ୩୦ ତାରିଖରେ ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ପାତ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । । Post navigation SCB Fire Tragedy: ଏସସିବି ଅଗ୍ନିକାଣ୍ଡ ଘଟଣା; ମେଡିକାଲରେ ୬ ଜଣିଆ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ Illegal Gas Cylinder Racket Busted: ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ରୋକିବା ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ