ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ସୁଚନା କମିଶନର ଭାବେ ସରୋଜ ସାମଲଙ୍କୁ ନିଯୁକ୍ତି ଦେବାକୁ ଯାଇଛନ୍ତି କି ମୋହନ ସରକାର ? ସରୋଜ ଏବେ ସୂଚନା ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅଛନ୍ତି । ଚଳିତ ମାସ ତାଙ୍କ କାର୍ଯ୍ୟକାଳ ପୂରୁଛି । ଅବସର ନେବା ପରେ ତାଙ୍କୁ ମୋହନ ସରକାର ସିଆଇସି ବା ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦେବାକୁ ଯାଇଛନ୍ତି ବୋଲି କ୍ଷମତା କରିଡରରେ ଜୋରସୋରରେ ଆଲୋଚନା ହେଉଛି । ଏହା ମୋହନ ସରକାରଙ୍କୁ ପୂଣି ଏକ ବଡ଼ ବିବାଦ ଭିତରକୁ ନିଶ୍ଚିତ ଭାବରେ ଠେଲିଦେବ, ଏଥିରେ ସନ୍ଦେହ ନାହିଁ । ପାଣ୍ଡିଆନପନ୍ଥୀ ଅଫିସରଙ୍କ ତାଲିକାରେ ସରୋଜଙ୍କ ନାମ ବହୁବାର ବଳା ପରିସରକୁ ଆସିଛି । ଗତ ୭ମାସ ଭିତରେ ମୋହନ ସରକାରଙ୍କର ଭାବମୂର୍ତ୍ତି ବଢ଼ାଇବା ପରିବର୍ତ୍ତେ ବରଂ ସରୋଜ ଏବଂ ତାଙ୍କ ଟିମ୍ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ବହୁବାର ନଷ୍ଟଭ୍ରଷ୍ଟ କରିଦେଇଛନ୍ତି। ଏହାର ଉଦାହରଣ ଅନେକ । ଏକାଧିକ ଥର ଆଇ ଆଣ୍ଡ ପିଆର ସୋସିଆଲ ମିଡିଆ ପୋଷ୍ଟିଂକୁ ପ୍ରତ୍ୟାହାର କରିନେବାକୁ ବାଧ୍ୟ ହୋଇଛି । ପ୍ରଶ୍ନ ହେଉଛି ଜଣେ ଭାଜପା ନେତାଙ୍କ ସମ୍ପର୍କୀୟ ଯୋଗୁ ଏହି କରିତକର୍ମା ଅଧିକାରୀଙ୍କୁ ଅବସର ପରେ ଥଇଥାନ କରିବାକୁ ଯାଉଛନ୍ତି କି ମୋହନ ସରକାର ? ଏଥିପାଇଁ କିଏ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ? ମୁଖ୍ୟମନ୍ତ୍ରୀ ମୋଳନକରଣ ମାଝୀ ଏହା ପୂର୍ବରୁ ବୃଜଜଣ ଆଇପିଏସ୍ ଅଫିସରଙ୍କ ରାଜ୍ୟପାଳ ପଦକ ମନୋନୟନକୁ ନେଇ ଅଡୁଆରେ ପଡିସାରିଛନ୍ତି । ଏବେ ସରୋଜ ସାମଲଙ୍କ ଥଇଥାନ ପାଇଁ କିଏ ସୁପାରିସ କରିଛନ୍ତି ? ବଳ? ମୂଖ୍ୟ ଶାସନ ସନ୍ଧିବ? ନା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ? ଯିଏ ବା ଏଭଳି ପ୍ରସ୍ତାବ ଦେଇଛନ୍ତି, ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ପାଣ୍ଡିଆନରାଜ୍ କାଏମ୍ ରହେ । Post navigation ଫେବ୍ରୁଆରୀ ଆରମ୍ଭରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଣ୍ଡିକୁ ଗଲେ ଭଦ୍ରକ ଜିଲ୍ଲାପାଳ; ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି