ଆଜି ପବିତ୍ର ଶ୍ରୀ ପଞ୍ଚମୀ। ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ । ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀଙ୍କ ପୂଜା ହୋଇଥାଏ। ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଭକ୍ତିପୂତ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି। ଶାସ୍ତ୍ରରେ ଶ୍ରୀ ପଞ୍ଚମୀ ଏକ ପ୍ରମୁଖ ପର୍ବ ଭାବେ ବିବେଚନା କରାଯାଏ । ଏହି ଦିନ ଜ୍ଞାନ, ଶିକ୍ଷା, ସଙ୍ଗୀତ ଏବଂ କଳାର ଦେବୀ ମା’ ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଏ । ସନାତନ ଧର୍ମରେ ମାଆ ସରସ୍ୱତୀଙ୍କ ଉପାସନାର ବିଶେଷ ଗୁରୁତ୍ୱ ରହିଛି, କାରଣ ସେ ଜ୍ଞାନର ଦେବୀ । ଶାସ୍ତ୍ରରେ ରହିଛି ଯେ,ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ୱତୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଦେବୀ କାଳୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହୁଏ ଏବଂ ବାଗବାଦୀନି ପ୍ରସନ୍ନ ହୋଇଥାନ୍ତି । ପୂଜା କରିବା ସମୟରେ ମା’ଙ୍କୁ ହଳଦୀ ରଙ୍ଗର ସାମଗ୍ରୀ ଲାଗି କରିବା ଅତ୍ୟନ୍ତ ଶୁଭ ବିବେଚନା କରାଯାଏ । କାରଣ ମାଆ ବିଦ୍ୟାଦାତ୍ରୀଙ୍କ ପ୍ରିୟ ରଙ୍ଗ ହଳଦୀଆ । ମା’ସରସ୍ୱତୀଙ୍କ ବିନା ସିଦ୍ଧି ଓ ବିଦ୍ୟାଲାଭ ଅସମ୍ଭବ । ଜୀବନରେ ସଫଳତା ଓ ବିଦ୍ୟାର୍ଜନରେ ଯଶସ୍ୱୀ ହେବା ପାଇଁ ବିଦ୍ୟାଜନନୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରିବା ଉଚିତ୍ ସହ ମାଙ୍କ ନିକଟରେ ମନପ୍ରାଣ ଅର୍ପଣ କରିବା ଉଚିତ । ମା ସରସ୍ୱତୀଙ୍କର ସୁଶୋଭିତ ପୁଷ୍ପମାଲ୍ୟ, ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜାର୍ଚ୍ଚନା କରାଯାଏ । ସେହିପରି ବିଭିନ୍ନ ଫଳମୂଳ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । ଅନ୍ୟପଟେ ପବିତ୍ର ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାୟିନୀ ମା’ ସରସ୍ୱତୀଙ୍କ ପୂଜା। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ବାର୍ତ୍ତା ରଖିଛନ୍ତି। ସେ କହିଛନ୍ତି, “ବସନ୍ତ ପଞ୍ଚମୀର ଏହି ପବିତ୍ର ତିଥିରେ ବିଦ୍ୟାଦାୟିନୀ ମା’ ସରସ୍ଵତୀଙ୍କ ନିକଟରେ ମୋର ଏତିକି ପ୍ରାର୍ଥନା, ମା’ ସମସ୍ତଙ୍କୁ ସଦ୍ବୁଦ୍ଧି ଓ ଶ୍ରୀ ପ୍ରଦାନ କରନ୍ତୁ। ଜ୍ଞାନର ଆଲୋକରେ ଅଜ୍ଞାନତାର ଅନ୍ଧକାର ଦୂର ହେଉ। ସମସ୍ତଙ୍କୁ ସରସ୍ଵତୀ ପୂଜାର ହାର୍ଦ୍ଦିକ ଅଭିନନ୍ଦନ। “ Post navigation Jharkhand Encounter: ଝାଡ଼ଖଣ୍ଡରେ ଏନକାଉଣ୍ଟର; ୧୫ ମାଓବାଦୀ ନିପାତ Vice President In Odisha: ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍