ରଙ୍ଗର ଉତ୍ସବରେ ଜମୁଛି ରାଜନୀତିର ରଙ୍ଗ। ରୋଚକ ମୋଡ଼ରେ ରାଜ୍ୟସଭା ରାଜନୀତି। ପ୍ରାର୍ଥୀ ଘୋଷଣା ପରେ ରାଜ୍ୟସଭାର ନିର୍ବାଚନକୁ ନେଇ ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇ ଯାଇଛି । ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପିକୁ ତେରଚ୍ଛା ବାଣ ମାରିଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର। ସେ ଟାର୍ଗେଟ କରି କହିଛନ୍ତି ହୋଲି ଖେଳିଲେ ରଙ୍ଗ ବଦଳିଯାଏ, କିନ୍ତୁ ଗାଧେଇ ପଡ଼ିଲେ ଅସଲ ଚେହେରା ସାମ୍ନାକୁ ଆସେ।ଓଡିଶାବାସୀ ଅସଲ ଚେହେରାକୁ ଚିହ୍ନିଛନ୍ତି । ଆମେ ଆଶାବାଦୀ ଆମର ୨ ପ୍ରାର୍ଥୀ ଜିତିବେ । ବିଜେପିର ଅଙ୍କ ଭୁଲ୍ ହେବ । ଆମର ଦୁଇ ପ୍ରାର୍ଥୀ ଜିତିବେ । ସୂଚନାଯୋଗ୍ୟ, ଗତକାଲି ବିଜେପି ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଓଡିଶାରୁ ୪ଟି ଖାଲି ପଡୁଥିବା ଆସନ ମଧ୍ୟରୁ ପ୍ରଥମ ଦୁଇଟି ଆସନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନ ରାଜ୍ୟସାଂସଦ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି । ଦଳ ଚତୁର୍ଥ ଆସନ ପାଇଁ ବଡ ଗେମ ଖେଳିଛି । ବିଜେଡି ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିବା ପରେ ବିଜେପି ବିରେଧୀଙ୍କୁ ଅଙ୍କ ବିଗାଡିବା ପାଇଁ ଅଭିଜ୍ଞ ଓ ପୁରୁଖା ନେତା ଦିଲୀପ ରାୟଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି । Post navigation Murder in Bharatpur: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ; ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ Arvind praises Dilip Ray: ଦିଲ୍ଲୀପ ରାୟ ଯୋଗ୍ୟ ପ୍ରାର୍ଥୀ କହିଲେ ଅରବିନ୍ଦ