ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ନିର୍ବାଚିତ ହୋଇଛନ୍ତି । ଆଜି ହୋଇଥିବା ଭୋଟରେ ୬୪ ବର୍ଷିୟା ଟାକାଇଚିଙ୍କୁ ବହୁମତ ମିଳିଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି (LDP)ର ନେତ୍ରୀ ସାନାଏ । ସେ ଜାପାନର ଜାପାନର ୫ମ ପ୍ରଧାନମନ୍ତ୍ରୀ ହେବେ ।

ସାମ୍ବିଧାନିକ ସଂଶୋଧନ, ଶକ୍ତିଶାଳୀ ସେନା, ୟାସୁକୁନି ମନ୍ଦିର ପରିଦର୍ଶନ, କଠୋର ଅନୁପ୍ରବେଶ ନିୟନ୍ତ୍ରଣ ଏବଂ ସମଲିଙ୍ଗୀ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ଟାକାଇଚି । ଶିଗେରୁ ଇଶିବାଙ୍କ ଇସ୍ତଫା ପରେ ଜାପାନ ଇନୋଭେସନ୍ ପାର୍ଟି ସହ ମେଣ୍ଟ କରି ସେ ସରକାରକୁ ଆସିଛନ୍ତି । ସଂସଦରେ ମହିଳାଙ୍କ ସଂଖ୍ୟା ବହୁତ କମଥିବା ବେଳେ ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କ ବିଜୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ଲିବରାଲ ଡେମୋକ୍ରାଟିକ୍ ପାର୍ଟି’ର ମୁଖ୍ୟ ୬୪ ବର୍ଷୀୟ ଟାକାଇଚି ପ୍ରଧାନମନ୍ତ୍ରୀ ଭାବରେ ଶିଗେରୁ ଇଶିବାଙ୍କ ସ୍ଥାନ ନେବେ, ଯିଏ ଦୁଇଟି ନିର୍ବାଚନୀ ପରାଜୟ ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

ଅନ୍ୟପଟେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ କହିଛନ୍ତି ସାନାଏ ଟାକାଇଚି, ଜାପାନର ପ୍ରଧାନମନ୍ତ୍ରୀ ଭାବରେ ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ମୁଁ ଆପଣଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି। ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆମର ଗଭୀର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *