ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ । ସବୁ କଳ୍ପନା ଜଳ୍ପନା ପରେ ସମ୍ରାଟ ଚୌଧୁରୀଙ୍କ ନାରେ ମୋହର ବାଜିଛି । ବିଧାୟକ ଦଳ ବୈଠକରେ ସମ୍ରାଟ ନେତା ନିର୍ବାଚିତ ହୋଇଛନ୍ତି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ପ୍ରାୟ ନିଶ୍ଚିତ। ବିହାରର ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ନିଶାନ୍ତ କୁମାର ଏବଂ ବିଜୟ ଚୌଧୁରୀଙ୍କୁ ପ୍ରାୟତଃ ନିଶ୍ଚିତ ପ୍ରାର୍ଥୀ ବୋଲି ବିବେଚନା କରାଯାଉଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବା ପରେ ବିହାରରେ ପ୍ରଥମ ଥର ପାଇଁ ବିଜେପି ନେତୃତ୍ୱାଧୀନ ସରକାର ଆରମ୍ଭ ହୋଇଛି। ଗତ ସପ୍ତାହରେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ଏହି ନିଯୁକ୍ତି ଦିଆଯାଇଛି। ନୂତନ ସରକାର ପାଇଁ ଆସନ୍ତା କାଲି ଶପଥ ଗ୍ରହଣ ଉତ୍ସବ ପାଳନ ହେବ। ୧୫ ଏପ୍ରିଲ ସକାଳ ୧୧ଟାରେ ଲୋକଭବନରେ ଏହି ଶପଥ ଗ୍ରହଣ ଉତ୍ସବ ପାଳନ କରାଯିବ। ତେବେ ଆସନ୍ତା କାଲି କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ। ନୀତିଶ କୁମାର ରାଜ୍ୟସଭା ଯିବା ପରେ ବିହାରରେ ମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଛି । ନୀତିଶ ଗତ ସପ୍ତାହରେ ସଂସଦର ଉଚ୍ଚସଦନର ସଦସ୍ୟ ରୂପେ ଶପଥ ନେଇଥିଲେ । ମୁଖ୍ୟମନ୍ତ୍ରୀ କିଏ ହେବେ ଏହାକୁ ନେଇ ଦୀର୍ଘ ସମୟ ଧରି ମାରାଥନ ବୈଠକ ଏବଂ ଆଲୋଚନା ଚାଲିଥିଲା । ଅନେକ ନାଁ ସାମ୍ନାକୁ ଆସିଥିଲା, ମାତ୍ର ମୋହର ସମ୍ରାଟ ଚୌଧୁରୀଙ୍କ ନାଁରେ ବାଜିଛି । ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେ ବିହାରର ଦ୍ୱିତୀୟ ନେତା ଯିଏ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସମ୍ରାଟ ଚୌଧୁରୀ ରାଷ୍ଟ୍ରୀୟ ଜନତା ଦଳରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ତଥାପି, ସେ ପରେ ଜନତା ଦଳ (ୟୁନାଇଟେଡ୍)ରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ, ଯେତେବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜିତନ ରାମ ମାଝୀଂଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ, ସେ ଜିତନ ରାମଙ୍କ ସରକାରରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜନତା ଦଳ ଛାଡିବା ପରେ, ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। Post navigation Female Student’s Harassment: ଏଫ.ଏମ. କଲେଜରେ ଛାତ୍ରୀଙ୍କ ନିର୍ଯାତନା ଅଭିଯୋଗ ଘଟଣା; ହଟିଲେ HOD Sasmit Patra’s Letter to Railway Minister: ଦକ୍ଷିଣ ଓଡ଼ିଶାରେ ରେଳ ବିକାଶ ପାଇଁ ରେଳ ମନ୍ତ୍ରୀଙ୍କୁ ସସ୍ମିତ ପାତ୍ରଙ୍କ ଚିଠି