ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଓ ୩ ଥରର ବିଧାୟକ ବାବା ସିଦ୍ଦିକୀଙ୍କ ହତ୍ୟା ପଛରେ ରହିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କାରିଛି । ଏବେ ବିପଦରେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଜୀବନ । କାରଣ ଏହି ଗ୍ୟାଙ୍ଗ ବହୁ ଦିନ ଧରି ସଲମାନ ଖାନଙ୍କୁ ଧମକ ମଧ୍ୟ ଦେଇ ଆସୁଛି। ତେଣୁ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ସଲମାନ ଖାନ ହେଉଛନ୍ତି ବାବା ସିଦ୍ଦିକୀଙ୍କ ଘନିଷ୍ଠ ବନ୍ଧୁ। ସେଥିପାଇଁ ସଲମାନ୍‌ ଖାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରେ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି ।

ଏହା ସହ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡର ୧୪ ଘଣ୍ଟା ପରେ ସୋସିଆଲ ମିଡିଆରେ ଗ୍ୟାଙ୍ଗ ପକ୍ଷରୁ ଏକ ପୋଷ୍ଟ କରାଯାଇଛି । ଶୁବୁ ଲୋଙ୍କର ନାଁରେ ଫେସବୁକ୍ ଆକାଉଣ୍ଟରୁ ସେୟାର ହୋଇଥିବା ଏହି ପୋଷ୍ଟରେ ଲେଖାଯାଇଛି ଯେ, ବାବା ସିଦ୍ଦିକିଙ୍କ ଚାପ୍ଟର ସରିଲା । ଦାଉଦ୍ ଇବ୍ରାହିମ୍ ସହ ତାଙ୍କର ସଂପୃକ୍ତି ରହିଥିଲା । ଆଜି ବାବା ସିଦ୍ଦିକୀଙ୍କୁ ନେଇ ସାଧୁତାର ପୋଲ ବନ୍ଧା ଯାଉଛି । ସେ ଅତୀତରେ ଦାଉଦ ସହ ମକୋକା ଆକ୍ଟରେ ଥିଲା ।

ସଲମାନ ଖାନଙ୍କ ସହ ଆମେ କୌଣସି ଯୁଦ୍ଧ ଚାହୁଁନଥିଲୁ କିନ୍ତୁ ଆମ ଭାଇଙ୍କ ସେ ବହୁତ କ୍ଷତି ଘଟାଇଛି ।ଆମର କାହା ସହ କୌଣସି ଶତ୍ରୁତା ନାହିଁ । ହେଲେ ଯିଏ ବି ସଲମାନ ଖାନ ଏବଂ ଦାଉଦ ଗ୍ୟାଙ୍ଗକୁ ସାହାଯ୍ୟ କରିବ, ନିଜ ହିସାବ କରି ରଖିଥାଅ । ଆମ ଭାଇକୁ କେହି ବି ହତ୍ୟା କରିବ ତ ଆମେ ପ୍ରତିକ୍ରିୟା ନିଶ୍ଚିତ ଦେବୁ ।’ ଏହାପରେ ପୋଷ୍ଟର ତଳକୁ ଜୟ ଶ୍ରୀରାମ, ଜୟ ଭାରତ, ସଲାମ ସହିଦାନୁ… ଉଲ୍ଲେଖ କରାଯାଇଛି  । ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରଲ ହେବାକୁ ଲାଗିଛି । ଏହା ପରେ ଏହି ପୋଷ୍ଟକୁ ନେଇ ଅଧିକ ତନାଘନା ଚଳାଇଛି ମୁମ୍ବାଇ ପୋଲିସ । ଏହା ସହ ଧମକ ପରେ ସଲମାନଙ୍କ ପ୍ରତି ମଧ୍ୟ ବିପଦ ଥାଇପାରେ ବୋଲି ଆଶଙ୍କା କରାଯାଉଥିବାରୁ ସଲମାନ ଖାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *