ସୈଫଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ୫ ଦିନର ଚିକିତ୍ସା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ଆଜି ଡିସ୍ଚାର୍ଜ ହୋଇ ନିଜ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରକୁ ଫେରିଛନ୍ତି ସୈଫ୍ ଅଲ୍ଲୀ ଖାନ୍ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା କାରଣରୁ ବୟାନ ରେକର୍ଡ କରିପାରିନଥିଲା ପୋଲିସ । ଆଜି ମୁମ୍ବାଇ ପୋଲିସ ସୈଫ୍ଙ୍କ ବୟାନ ରେକର୍ଡ କରିପାରେ ବୋଲି ସୂଚନା ମିଳିଛି । ସୈଫ ଅଲ୍ଲୀ ଖାନଙ୍କ ଉପରେ ଗତ ୧୬ ତାରିଖ ରାତିରେ ଆକ୍ରମଣ ହୋଇଥିଲା । ଏହାପରେ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ସୈଫ୍ ଙ୍କୁ ଆହୁରି ସମୟ ଲାଗିପାରେ । ସୈଫଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ତାଙ୍କ ଘରର ସୁରକ୍ଷା ବଢ଼ାଇଛି ମୁମ୍ବାଇ ପୋଲିସ । Post navigation ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ କାରାଦଣ୍ଡ