ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଛୁରାମାଡ଼ ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ ଥାନେରୁ ଗିରଫ କରାଯାଇଛି । ଅଭିଯୁକ୍ତର ପ୍ରକୃତ ନାଁ ମହମ୍ମଦ ସରିଫୁଲ୍ ଇସ୍ଲାମ୍ ଶେହଜାଦ୍ । ଅଭିଯୁକ୍ତ ବାଂଲାଦେଶୀ ଅନୁପ୍ରବେଶକାରୀ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଅଭିଯୁକ୍ତଙ୍କ ପାଖରୁ କୌଣସି ବୈଧ ଭାରତୀୟ କାଗଜପତ୍ର ମିଳିନାହିଁ । ସେ ନିଜର ପରିଚୟ ବଦଳାଇ ବିଜୟ ଦାସ ନାମରେ ମୁମ୍ବାଇରେ ରହୁଥିଲା । ଚୋରି କରିବାକୁ ସୈଫ୍ଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । Post navigation ସ୍ବାମୀତ୍ବ ଯୋଜନାରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି