ପୁଣି ଲାଇନଚ୍ୟୁତ ହେଲା ଟ୍ରେନ। ଉତ୍ତରପ୍ରଦେଶରେ ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ସାବରମତୀ ଏକ୍ସପ୍ରେସ୍ ବାରାଣାସୀରୁ ଅହମ୍ମଦାବାଦ ଯାଉଥିଲା ସମୟରେ ହୋଇଛି ଲାଇନଚ୍ୟୁତ । କାନପୁର-ଭୀମସେନ ଷ୍ଟେସନ ମଝିରେ ଟ୍ରେନର ୨୦ଟି ବଗି ଲାଇନଚ୍ୟୁତ ହୋଇଛି । ଏକ ବଡ଼ ପଥର ସହ ଇଞ୍ଜିନ୍ ଧକ୍କା ଲାଗିବାରୁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ରହିଛି । ତେବେ ଟ୍ରେନ ଇଞ୍ଜିନ୍ର କିଛି ଅଂଶ ନଷ୍ଟ ହୋଇଯାଇଛି । ଏହାପରେ ଯାତ୍ରୀ ମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ବସ୍ ପଠାଇଲା ଭାରତୀୟ ରେଳବାଇ । Post navigation ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାପାଇଁ ଓଡ଼ିଶା ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଲଘୁଚାପ ପ୍ରଭାବରୁ ରାଜ୍ୟରେ ତିନିଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା