ଇଡେନ୍ ଗାର୍ଡନ୍ସରେ ହାରିଗଲା ଟିମ୍ ଇଣ୍ଡିଆ । କୋଲକାତାରେ ଖେଳାଯାଇଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଘରୋଇ ଦଳକୁ ୩୦ ରନରେ ପରାସ୍ତ କରିଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟର ଫଳାଫଳ ତିନି ଦିନ ମଧ୍ୟରେ ନିର୍ଣ୍ଣୟ ହୋଇଥିଲା। କିନ୍ତୁ ବ୍ୟାଟିଂ ବିଫଳତା ଯୋଗୁଁ ଭାରତ ଶେଷକୁ ମ୍ୟାଚ୍ ହାରି ଯାଇଛି । ପ୍ରଥମ ଇନିଂସରେ ଆଗୁଆ ରହିଥିବା ଭାରତୀୟ ଦଳ ଦ୍ବିତୀୟ ପାଳିରେ ମାତ୍ର ୯୩ ରନ୍ କରି ଅଲ୍ଆଉଟ୍ ହୋଇଛି ।

ଦକ୍ଷିଣ ଆଫ୍ରିକା ଭାରତ ସମ୍ମୁଖରେ ବିଜୟ ପାଇଁ ୧୨୪ ରନର ଟାର୍ଗେଟ ରଖିଥିଲା । ୧୨୪ ରନର ଟାର୍ଗେଟ ପିଛା କରି ଭାରତ ଦ୍ୱିତୀୟ ଇନିଂସରେ ୧୦୦ ରନ ମଧ୍ୟ କରିପାରି ନଥିଲା। ୱାଶିଂଟନ୍ ସୁନ୍ଦର ସର୍ବାଧିକ ୩୧, ଅକ୍ଷର ପଟେଲ ୨୬, ଧୁବ ଜୁରେଲ ୧୩ ଓ ରବୀଦ୍ର ଜାଡେଜା ୧୮ ରନ୍ କରିଥିଲେ । ଅନ୍ୟ କେହି ଦୁଇ ଅଙ୍କରେ ବି ପହଞ୍ଚି ପାରି ନଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜେନସେନ ଓ କେଶବ ମହାରାଜ ୨ଟି ଲେଖାଏଁ ଏବଂ ସାଇମନ୍ ହାର୍ମର ୨୧ ରନ୍ ଦେଇ ୪ଟି ୱିକେଟ୍ ଦଖଲ କରିଛନ୍ତି । ଏହି ବିଜୟ ଫଳରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।

Leave a Reply

Your email address will not be published. Required fields are marked *