ଓଡ଼ିଶାର ଦୁଇ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ୱେତପର୍ଣ୍ଣା ପଣ୍ଡା ଓ ଋତୁପର୍ଣ୍ଣା ପଣ୍ଡା ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ଅଗଷ୍ଟ ୨୫ ରୁ ୩୧ ପର୍ଯ୍ୟନ୍ତ ପ୍ୟାରିସରେ ହେବାକୁ ଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଅଂଶଗ୍ରହଣ କରିବେ ଦୁଇ ଭଉଣୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ ସେମାନଙ୍କର ସଫଳତା କାମନା କରିଛନ୍ତି । Post navigation ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆସନ୍ତା ୪ ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ