ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଭାରତୀୟ ଟଙ୍କା। ଭାରତୀୟ ଷ୍ଟକ ବଜାରରେ ଆଜି ବଡ଼ଧରଣର ହ୍ରାସ ଘଟିଛି। ଭାରତୀୟ ଷ୍ଟକ ବଜାର ଆଜି ଖୋଲିବା ମାତ୍ରେ ସେୟାର ମାର୍କେଟରେ ହଲଚଲ୍ ଦେଖିବାକୁ ମିଳିଛି। ରିଅଲ୍ ଇଷ୍ଟେଟ୍, ଫାଇନାନ୍ସିଆଲ୍ ସର୍ଭିସ୍ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ସ ଷ୍ଟକ୍‌ରେ ଦ୍ରୁତ ଗତିରେ ହ୍ରାସ ଘଟିଛି। ଏଥିସହିତ ଟଙ୍କା ମଧ୍ୟ ଇତିହାସରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଡଲାର ତୁଳନାରେ ଟଙ୍କା ମଧ୍ୟ ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଏବେ ୧ ଡଲାରର ମୂଲ୍ୟ ୮୬.୪୨ ଟଙ୍କା ରହିଛି। ପୂର୍ବ ତୁଳନାରେ ଆଜି ଟଙ୍କାର ମୂଲ୍ୟ ୩୮ ପଇସା ହ୍ରାସ ପାଇଛି।

ପ୍ରାରମ୍ଭିକ କାରବାରରେ ବିଏସଇ ସେନ୍ସେକ୍ସ ଏବଂ ଏନଏସଇ ନିଫ୍ଟି ପ୍ରାୟ ୧ ପ୍ରତିଶତ ହ୍ରାସ ପାଇଛି। ଆମେରିକା ସୁଧ ହ୍ରାସକୁ ନେଇ ଅନିଶ୍ଚିତତାର ପ୍ରଭାବ ଯୋଗୁ ଡଲାରର ଶକ୍ତିଶାଳୀ ହେବା ବ୍ୟତୀତ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି, ବିଦେଶ ପୁଞ୍ଜିର ପ୍ରତ୍ୟାହାର ଓ ଘରୋଇ ଷ୍ଟକରେ ନକାରାତ୍ମକ ଟ୍ରେଣ୍ଡ ଯୋଗୁ ଟଙ୍କା ଦୁର୍ବଳ ହୋଇଥିବା କୁହାଯାଉଛି। ୩୦ ସେୟାର ବିଶିଷ୍ଟ ବ୍ଲୁ-ଚିପ୍ ପ୍ୟାକ୍ ଯୋଗୁଁ ଏସିଆନ୍ ପେଣ୍ଟସ୍, ଜୋମାଟୋ, ଏମ୍ ଆଣ୍ଡ୍ ଏମ୍, ଏଚ୍ ଡିଏଫ୍ ସି ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏସିଆନ୍ ପେଣ୍ଟସ୍, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଓ ଟାଟା ଷ୍ଟିଲ୍ ରେ ଦ୍ରୁତ ହ୍ରାସ ଘଟିଛି।

Leave a Reply

Your email address will not be published. Required fields are marked *