ଓଏସଏସସି ବିରୋଧରେ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆର୍ଆଇ, ଏଆର୍ଆଇ, ଆଇସିଡିଏସ୍ ସୁପର ଭାଇଜର, ଅମିନ ପରୀକ୍ଷା ପରୀକ୍ଷା ବାତିଲ ଦାବିରେ ଗର୍ଜିଛନ୍ତି ଛାତ୍ରଛାତ୍ରୀ । ତ୍ରୁଟିପୂର୍ଣ୍ଣ ପରୀକ୍ଷା ଅଭିଯୋଗ ଆଣି ଆଜି ଏକାଠି ହୋଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ । ଭୁବନେଶ୍ବର ଲୋୟର ପିଏମ୍ଜି ଛକରେ ବିକ୍ଷୋଭ କରିଛନ୍ତି ପରୀକ୍ଷାର୍ଥୀ ।
ଓଏସଏସଏସସି ବ୍ଲାକଲିଷ୍ଟେଡ ଆଇଟି କମ୍ପାନି ସହାୟତାରେ ବିଭିନ୍ନ ପରୀକ୍ଷା ପରିଚାଳନା କରୁଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଏହା ସହ ଟଙ୍କା ଉଡାଇ ପ୍ରତିବାଦ କରିବା ସହ ଓଏସଏସଏସସି ପରୀକ୍ଷାର୍ଥୀ କହିଛନ୍ତି ଟଙ୍କା ନିଅ ଚାକିରି ଦିଅ, ଆମେ ଭିକ ମାଗି ଟଙ୍କା ଦେବୁ କିନ୍ତୁ ଆମକୁ ଚାକିରୀ ଦିଅ।
୨୦୨୪ରେ ହୋଇଥିବା ଆରଆଇ, ଏଆରଆଇ ପରୀକ୍ଷାରେ ବ୍ୟାପକ ତ୍ରୁଟି କରିଥିବା ବିଭ୍ରାଟରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରୀକ୍ଷାର୍ଥୀ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲୁ ରହିବା ନେଇ ଚେତାବନୀ ମଧ୍ୟ ଦେଇଛି ଷ୍ଟୁଡେଣ୍ଟ ଫେଡରେସନ ।