ruckus-outside-bjd-leader-pratap-jenas-house-after-youth-leaders-suspension
ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ରାତି ଅଧରେ ବିଜେଡିରୁ ନିଲମ୍ବିତ ଯୁବ ଓ ଛାତ୍ର ନେତା ପାଟିତୁଣ୍ଡ କରିବା ସହିତ ବାଣ ଫୁଟାଇ ହଙ୍ଗାମା କରିଛନ୍ତି ।
 
ଏହି ଘଟଣା ପରେ ସକାଳୁ ପ୍ରତାପଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । ଘର ଆଗରେ ହୋହଲ୍ଲା ନେଇ ପ୍ରତାପ ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତକାଲି ସେ ମାହାଙ୍ଗାରେ ଥିବା ସମୟରେ ୧୫ରୁ ୨୦ ପିଲା ଆସି ତାଙ୍କ ଘର ଆଗରେ ହୋହଲ୍ଲା କରିଥିଲେ । ସିକ୍ୟୁରିଟି ଗାର୍ଡକୁ ବାଡ଼େଇବା ସହ ତା ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । କେଉଁମାନେ କ୍ୟାମ୍ପସ୍‌ ଭିତରକୁ ଆସିଥିଲେ, ଭିଡିଓରେ ସେ ସବୁ ରେକର୍ଡ ହୋଇଛି ବୋଲି ପ୍ରତାପ ଜେନା କହିଛନ୍ତି ।
 
ପ୍ରତାପ ଜେନା ନିଲମ୍ବିତ ନେତାଙ୍କ ହଙ୍ଗାମା ବେଳର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
 
କହିରଖୁଛୁ ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତକାଲି ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା ନିଲମ୍ବିତ ହୋଇଥିଲେ ।
ruckus-outside-bjd-leader-pratap-jenas-house-after-youth-leaders-suspension

By Nirvay

Leave a Reply

Your email address will not be published. Required fields are marked *