ସିଏମସି କାଉନସିଲ ବୈଠକରେ ପ୍ରବଳ ଗଣ୍ଡଗୋଳ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର କର୍ପୋରେଟର। ଏପରିକି ମାଇକ ଭାଙ୍ଗିବା, ଫୁଲଦାନୀ ଫୋପାଡ଼ିବା ସହ ଠେଲପେଲା ହେବାଭଳି ପରିସ୍ଥିତି ଦେଖିବାକୁ ମିଳିଛି । ୫୧ ନଂ ୱାର୍ଡରେ ଜିମ୍ ଯନ୍ତ୍ରାଂଶ ଲାଗିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଶେଷରେ ପରିସ୍ଥିତି ଏଭଳି ହୋଇଥିଲା ଯେ, ଚେୟାର ଛାଡି ଗୃହରୁ ପଳାଇଥିଲେ କଟକ ମେୟର ଏବଂ କଟକ ମ୍ୟୁନିସିପାଲ୍ କର୍ପୋରେସନ୍ (CMC) ର କମିଶନର। ଗଣ୍ଡଗୋଳ ପରେ ବନ୍ଦ ହେଲା ସିଏମସି କାଉନସିଲ ବୈଠକ । ସୂଚନା ଯୋଗ୍ୟ, ଆଜି ସିଏମସି କାଉନସିଲ ବୈଠକ ବସିଥିଲା। ବୈଠକରେ ବାଲିଯାତ୍ରା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା। ୫୧ ନଂ ୱାର୍ଡରେ ଜିମ୍ ଯନ୍ତ୍ରାଂଶ ଲାଗିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । କଥା କଟାକଟି ହୋଇଥିଲେ ବିଜେଡି ଓ ବିଜେପିର କର୍ପୋରେଟର। ଏତିକି ବେଳେ ଜଣେ ସଦସ୍ୟ ବୈଠକରେ ଅପ ଶବ୍ଦ ବ୍ୟବହାର କରିଥିଲେ। ଯାହାକୁ ନେଇ ବୈଠକରେ ହଙ୍ଗାମା ପରିସ୍ଥିତି ହୋଇଥିଲା। ଏମିତିକି ବୈଠକରେ ଚେୟାର ବି ଉଡିଥିଲା। କିଛି କର୍ପୋରେଟରଙ୍କ ଦ୍ୱାରା କାଚ ଭାଙ୍ଗିଯାଇଥିଲା, ମାଇକ୍ରୋଫୋନ୍ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଚେୟାର ଫିଙ୍ଗାଯାଇଥିଲା, ଯାହା ଅନ୍ୟ ଜଣେ କର୍ପୋରେଟରଙ୍କୁ ବିରୋଧ କରିବାକୁ ବାଧ୍ୟ କରିଥିଲା, ଯାହା ବିବାଦକୁ ଆହୁରି ତୀବ୍ର କରିଥିଲା। ପରିସ୍ଥିତି ଏତେ ଖରାପ ହୋଇଗଲା ଯେ ମେୟର ଏବଂ କମିଶନର ବୈଠକ ହଲ୍ ରୁ ବାହାରି ଆସିଲେ, ଏବଂ ବୈଠକ ସ୍ଥଗିତ ରଖାଯାଇଥିଲା। Post navigation Nuapada By-Election: ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଘରେ ପୋଲିସ ଚଢ଼ାଉ Water Resources Department: ରାଜୀବ ଭବନରେ ଜଳସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ