Ruckus at Naveen Niwas by Pravat Biswal over Rajya Sabha candidate
ରାଜ୍ୟସଭା ନିର୍ବାଚନ ପାଇଁ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବିଜୁ ଜନତା ଦଳର ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଓ ସୌଭିକ ବିଶ୍ଵାଳ ନବୀନ ନିବାସରେ ହଙ୍ଗାମା କରିଛନ୍ତି ।
 
ଯାହାଙ୍କୁ ଦିଆଯାଇଛି ସେ ଦଳ ପାଇଁ କିଛି କରିନାହାଁନ୍ତି ବୋଲି ପ୍ରଭାତ ବିଶ୍ଵାଳ କହିଛନ୍ତି । ଦଳର ସମସ୍ତେ ମିଶି ଏହି ନିଷ୍ପତ୍ତି ନେଇ ନାହାଁନ୍ତି ବରଂ ଏହା ଏକପାଖିଆ ନିଷ୍ପତ୍ତି ବୋଲି କହିଛନ୍ତି ପ୍ରଭାତ ।
 
ବିଶ୍ୱାଳ ଗଣମାଧ୍ୟମ ସମ୍ମୁଖରେ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ୨୦୧୨ ମସିହାରୁ ମନରେ ଦୁଃଖ ଅଛି । ଦଳ ପାଇଁ ଘର, ଦ୍ୱାର, ସମ୍ପତ୍ତି ବାଡ଼ି ସବୁ ଦେଇ ଦେଇଛି । ଦଳ ପାଇଁ ମଧ୍ୟ ବହୁତ ପରିଶ୍ରମ କରିଛି ।
 
ପ୍ରଭାତ ବିଶ୍ଵାଳ କହିଛନ୍ତି ଯେ, ଚାରି ହଜାର କୋଟି ଯିଏ ନେଇଛି ସିଏ ପ୍ରାର୍ଥୀ ହୋଇଛି । କିଏ ସେହି ପାଣ୍ଠି ନେଇଛି ତାକୁ ଖୋଜନ୍ତୁ । ଦଳ ତାଙ୍କର ବହୁ କ୍ଷତି କରିଛି, କିନ୍ତୁ ସେ ଦଳର କ୍ଷତି କରି ନାହାନ୍ତି । ନିଜ ଆଦର୍ଶକୁ ସେ କେବେ ବନ୍ଧା ପକାଇ ନାହାଁନ୍ତି ବୋଲି ପ୍ରଭାତ ବିଶ୍ଵାଳ କହିଛନ୍ତି ।
 
ଭିକେ ପାଣ୍ଡିଆନ ଏବଂ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଦଳ ପାଇଁ ବହୁତ କିଛି କରିଛନ୍ତି । ନବୀନ ବାବୁ ଏ ନେଇ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି । ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୁରେଇ ଯିବି ବୋଲି ପ୍ରଭାତ ବିଶ୍ଵାଳ କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *