ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ । ୧୩ ତାରିଖରେ ଭୁବନେଶ୍ଵରରେ ପହଞ୍ଚିବେ ଭାଗବତ । କଟକ, ଭୁବନେଶ୍ଵରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡ଼ିଶା ଆସୁଛନ୍ତି ଭାଗବତ । ୧୩ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ଉତ୍କଳ ବିପନ୍ନ ସହାୟତା ସମିତିରେ ଅବସ୍ଥାନ କରିବେ । ୧୪ ତାରିଖରେ ଅନୁଷ୍ଠିତ ଗୌଡ଼ୀୟ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ସେ ଯୋଗଦେବେ । ସନ୍ଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଶଙ୍କରାଚାର୍ଯ୍ୟଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଭାଗବତ ଅଗଷ୍ଟ ୧୫ ତାରିଖ ଦିନ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ । Post navigation ବରଗଡ଼ ନାବାଳିକା ପୋଡ଼ି ମୃତ୍ୟୁ ଘଟଣାକୁ ନେଇ ପରିବାରକୁ ଭେଟିଛି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣାରେ ୩ ଓଡ଼ିଆ ଶ୍ରମିକ ମୃତ