ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗ ରିପୋର୍ଟ ଅନୁଯାୟୀ ଗାଡି ମାଲିକଙ୍କ ଉପରେ ପଡିଛି ୧୨ ଶହ ୧୫ କୋଟିର ବକେୟା ଫାଇନ । ପ୍ରାୟ ୩୦ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଉପରେ ଏହି ବକେୟା ରାଶି ରହିଛି। କିନ୍ତୁ ବକେୟା ରାଶି ଏବେପର୍ଯ୍ୟନ୍ତ ବକେୟାଧାରୀ ମାନେ ପୈଠ କରିନାହାନ୍ତି। ନିୟମ ଉଲଙ୍ଘନ ପାଇଁ ଚାଲାଣ କଟିଥିଲେ ବି ଦେବାର ନା ଧରୁନାହାଁନ୍ତି ଗାଡି ମାଲିକ ମାନେ। ବକେୟା ଆଦାୟ ପାଇଁ ରାଜ୍ୟ ସରକାର ଏକ ନୂଆ ନିୟମ ଆପଣେଇବେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ବକେୟା ଚାଲାଣ ଆଦାୟ ପାଇଁ ୱାନ୍ ଟାଇମ୍ ସେଟେଲମେଣ୍ଟ ଆଣିବେ ସରକାର ଯାହା ଦ୍ୱାରା ବକେୟା ଧାରୀ ରାଜକ୍ଷମା ପରି ବକେୟା ରାଶି ରେ ଆଶ୍ବସ୍ତି ପାଇବେ ଏବଂ ଗୋଟିଏ ଥରେ ପୂର୍ଣ୍ଣ ବକେୟା ରାଶି ପୈଠ ପାଇଁ ସୁଯୋଗ ପାଇବେ | ଏହା ପରେ ବି ନିୟମ ଉଲଂଘନ କଲେ ଚାଲାଣ ନ ପୈଠ କଲେ ଗାଡ଼ି ମାଲିକ ଙ୍କ ଠିକଣା କୁ ସମନ ଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି କହିଛନ୍ତି।  ଏହି ପଦକ୍ଷେପ ପାଇଁ କୋର୍ଟ ର ସହାୟତା ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *