ରାଉରକେଲାରେ ଚାର୍ଟର୍ ବିମାନ ଦୁର୍ଘଟଣାର ଆଠ ଦିନ ପରେ ଜଣେ ଯାତ୍ରୀ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାରେ ଗୁରୁତର ସୁଶାନ୍ତ ବିଶ୍ୱାଳ ମୃତ । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୁଶାନ୍ତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କୁ ଦିଲ୍ଲୀକୁ ଏୟାର ଲିପ୍ଟ କରିବାକୁ ଯୋଜନା କରାଯାଇଥିଲା । ମାତ୍ର ଏହା ପୂର୍ବରୁ ସୁଶାନ୍ତ ପ୍ରାଣ ହରାଇଛନ୍ତି । ଗତ ୧୦ ତାରିଖରେ ଜଲ୍ଦା ପାଖରେ ହୋଇଥିଲା ଦୁର୍ଘଟଣା । ୨ ପାଇଲଟ୍ଙ୍କ ସମେତ ୬ ଆହତ ହୋଇଥିଲେ, ସୁଶାନ୍ତ ଗୁରୁତର ଥିଲେ । ବିମାନ ଦୁର୍ଘଟଣାରେ ୨ ଜଣ କ୍ର୍ୟୁ ମେମ୍ବରଙ୍କ ସମେତ ୬ ଜଣ ଆହତ ହୋଇଥିଲେ । ବିମାନରେ ଥିବା ୪ ଜଣ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଏବଂ ୨ ଜଣ କ୍ର୍ୟୁ ସଦସ୍ୟ କ୍ୟାପ୍ଟେନ ନବୀନ କାଡ଼ଙ୍ଗା ଏବଂ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ଗୁରୁତର ହୋଇଥିଲେ । ସୂଚନା ଯୋଗ୍ୟ; ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଚାର୍ଟର ବିମାନ ରାଉରକେଲାରୁ ୧୦ କିଲୋମିଟର ପୂର୍ବରୁ ଜଲଦା ନିକଟରେ ଜରୁରୀ ଅବତରଣ ବେଳେ ଦୁର୍ଘଟଣାର ଶୀକାର ହୋଇଛି । ବିମାନରେ ମୋଟ ୯ଟି ସିଟ୍ ଉପଲବ୍ଧ ଥିବାବେଳେ ୬ ଯାତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ମେ ଡେ କଲ୍ କରିଥିଲେ । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । Post navigation Lenin alleges Mid-Day Ops: ବିଜେଡିକୁ ଦୁର୍ବଳ କରିବାକୁ ଯୋଜନା ହୋଇଥିଲା ମିଡ୍ ଡେ’ ଅପରେସନ୍: ଲେନିନ୍ ମହାନ୍ତି Mobile Ban Imposed On Sevayats : ଶ୍ରୀମନ୍ଦିରରେ ସେବାୟତଙ୍କ ଉପରେ ଲାଗିଲା କଟକଣା; ଖୋଲାଖୋଲି କରିପାରିବେନି ମୋବାଇଲ୍ ବ୍ୟବହାର