Rourkela plane crash: Family member of deceased will get job
ରାଉରକେଲା ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଏୟାର ୱାନ୍ ସଂସ୍ଥାରେ ନିଯୁକ୍ତି ମିଳିବ ବୋଲି ସଂସ୍ଥା ସିଇଓ ପ୍ରେମ କୁମାର ଗର୍ଗ ଆଜି ଘୋଷଣା କରିଛନ୍ତି ।
 
ଏହାସହିତ ୫ ମାସ ଯାଏଁ ସଂସ୍ଥା ପରିବାରର ସମସ୍ତ ଖର୍ଚ୍ଚ ଉଠାଇବ । ବିମାନ ଭଗ୍ନାବଶେଷ ୨/୩ ଦିନ ମଧ୍ୟରେ ଉଠାଇ ଭୁବନେଶ୍ୱର ନିଆଯିବ ବୋଲି ଗର୍ଗ କହିଛନ୍ତି ।
 
କହିରଖୁଛୁ ଯେ, ଗତ ଶନିବାର ରାଉରକେଲାରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ଗତକାଲି ଜଣେ ଯାତ୍ରୀ ଏୟାରଲିଫ୍ଟ ହେବା ପୂର୍ବରୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ମୃତକ ଜଣକ ହେଲେ ସୁଶାନ୍ତ ବିଶ୍ୱାଳ । ଏବେବି ଉକ୍ତ ଚିକିତ୍ସାଳୟରେ ପାଇଲଟ, ସହ ପାଇଲଟ ଓ ମୃତକଙ୍କ ଭଉଣୀଙ୍କ ଚିକିତ୍ସା ଚାଲିଛି ।
 

By Nirvay

Leave a Reply

Your email address will not be published. Required fields are marked *