କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଅଘଟଣ । ଗଳିପଡ଼ିଲା କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଛାତ । କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଏଭଳି ଅଘଟଣ ଘଟିଛି । ଦିଲ୍ଲୀ ସାଉଥ୍ ଆଭେନ୍ୟରେ ଥିବା ଘରର ଛାତ ଭୁଶୁଡ଼ି ପଡ଼ିଥିବା ଜଣାପଡିଛି । ଯାହାକୁ ନେଇ ଦୁଃଖ ପ୍ରକାଶ କରି ସାଂସଦ କହିଛନ୍ତି, ବଡ ଦୁର୍ଘଟଣାରୁ ଅଳ୍ପକେ ଟଳିଗଲା। ମୋର ସାଉଥ୍ ଆଭେନ୍ୟୁ ଶୟନ କକ୍ଷର ଛାତ ସେହିପରି ଭୁଶୁଡ଼ି ପଡ଼ିଲା। ଆମର ଛୋଟ ପିଲା ଅଛନ୍ତି, କିଛି ବି ହୋଇପାରେ । ଏନେଇ ସେ ଲୋକସଭା ବାଚସ୍ପତିଙ୍କୁ ଉପଯୁକ୍ତ ବାସସ୍ଥାନ ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଏହା ସହ ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ କ୍ୱାର୍ଟରରେ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି ସପ୍ତଗିରି ଉଲ୍ଲାକା । ସପ୍ତଗିରି ଉଲ୍ଲାକା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ କୋରାପୁଟ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୪,୭୧,୩୯୩ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକ୍କାଙ୍କୁ ୧,୪୭,୭୪୪ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । Post navigation ମାଛ କଲା ମାଲାମାଲ: ଜାଲରେ ପଡ଼ିଲା ୧ କୋଟି ଟଙ୍କାର ୯୦ଟି ତେଲିଆ ଭୋଳା ମାଛ ବିଜେପି କୋର୍ କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି