ହିମାଚଳ ପ୍ରଦେଶର ରୋହତାଙ୍ଗ ପାସ୍ ଉପରେ ଭାରତୀୟ ବାୟୁସେନାର ଏଏନ୍-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୫୬ ବର୍ଷରୁ ଅଧିକ ସମୟ ପରେ ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯାହା ଭାରତର ଦୀର୍ଘ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଭାରତୀୟ ସେନାର ଡୋଗ୍ରା ସ୍କାଉଟସ ଏବଂ ଟ୍ରିରଙ୍ଗା ମାଉଣ୍ଟେନ୍ ରେସ୍କ୍ୟୁର ଯବାନଙ୍କୁ ନେଇ ଗଠିତ ଏକ ମିଳିତ ଟିମ୍ ମୃତଦେହ ଉଦ୍ଧାର କରିଥିବା ସେନା ଅଧିକାରୀମାନେ କହିଛନ୍ତି।

ଦୁଇଟି ଇଞ୍ଜିନ ବିଶିଷ୍ଟ ଟର୍ବୋପ୍ରୋପ୍ ପରିବହନ ବିମାନଟି ୧୯୬୮ ଫେବ୍ରୁଆରି ୭ ତାରିଖରେ ୧୦୨ ଜଣ ଯାତ୍ରୀଙ୍କୁ ନେଇ ଚଣ୍ଡିଗଡ଼ରୁ ଲେହ ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ତେବେ ରୋହତାଙ୍ଗ ପାସ୍ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଏନ୍-୧୨ ବିମାନରୁ ଯବାନଙ୍କ ମୃତଦେହ ଉଦ୍ଧାର ପାଇଁ ଚାଲିଥିବା ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ମିଶନରେ ଉଲ୍ଲେଖନୀୟ ସଫଳତା ମିଳିଛି। ଦଶନ୍ଧି ଧରି ବରଫପାତ ଅଞ୍ଚଳରେ ମୃତକଙ୍କ ଭଗ୍ନାବଶେଷ ଓ ଅବଶେଷ ହଜିଯାଇଥିଲା।

୨୦୦୩ ମସିହାରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂର ପର୍ବତାରୋହୀମାନେ ଏହି ଭଗ୍ନାବଶେଷ କୁ ଆବିଷ୍କାର କରିବା ପରେ ଭାରତୀୟ ସେନା, ବିଶେଷକରି ଡୋଗ୍ରା ସ୍କାଉଟସ ପକ୍ଷରୁ ବର୍ଷ ବର୍ଷ ଧରି ଏକାଧିକ ଅଭିଯାନ ଆରମ୍ଭ ହୋଇଥିଲା।

୨୦୦୫, ୨୦୦୬, ୨୦୧୩ ଓ ୨୦୧୯ରେ ଡୋଗ୍ରା ସ୍କାଉଟ୍ ସର୍ଚ୍ଚ ମିଶନରେ ଅଗ୍ରଣୀ ରହିଛି। ଦୁର୍ଘଟଣାସ୍ଥଳର ବିପଦସଙ୍କୁଳ ଅବସ୍ଥା ଏବଂ ଅକ୍ଷମ ଅଞ୍ଚଳକୁ ଦୃଷ୍ଟିରେ ରଖି ୨୦୧୯ ସୁଦ୍ଧା କେବଳ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଚନ୍ଦ୍ରଭାଗା ପର୍ବତ ଅଭିଯାନ ଏବେ ଆଉ ୪ଟି ମୃତଦେହ ଉଦ୍ଧାର କରିଛି, ଯାହା ମୃତକଙ୍କ ପରିବାର ଏବଂ ଦେଶ ପାଇଁ ନୂଆ ଆଶା ଆଣିଛି।

Leave a Reply

Your email address will not be published. Required fields are marked *