ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ପୂର୍ବରୁ ରୋହିତ ଟି-୨୦ ରୁ ଅବସର ଘୋଷଣା କରିଥିଲେ । ଟେଷ୍ଟ ଅଧିନାୟକ ପଦରୁ ହଟିବା ସୂଚନା ପାଇବା ମାତ୍ରେ ସେ ଅବସର ନେଇଥିବା ସୂଚନା ମିଳିଛି । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସିରିଜ ପରାଜୟ ପାଇଁ ସମାଲୋଚିତ ହୋଇଥିଲେ, ଯେଉଁଠାରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା । ତେବେ ଦିନିକିଆ କ୍ରିକେଟ ସେ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୨୬ ଡିସେମ୍ୱରରେ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ରୋହିତ। । ରୋହିତ ଶର୍ମା ୬୭ ଟି ଟେଷ୍ଟ ମ୍ୟାଚ୍ ଖେଳି ୪,୩୦୧ ରନ୍ କରିପାରିଛନ୍ତି । Post navigation ଗୌତମ ଗମ୍ଭୀରଙ୍କୁ ଆଇଏସଆଇଏସ ପକ୍ଷରୁ ଆସିଲା ହତ୍ୟା ଧମକ