ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି କାଳବୈଶାଖୀ। ଏଥିପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ରବିବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କାଳବୈଶାଖୀର ସମୀକ୍ଷା କରିଛନ୍ତି । ଏହାରି ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ। ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ କାରକେଡ୍ ଉପରକୁ ଢେଲା ମାଡ଼ । ମୟୂରଭଞ୍ଜ ବାଙ୍ଗିରିପୋଷି ଅଂଚଳରେ ଘଟିଛି ଏ ଘଟଣା। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି କହି ରୋଷ ଝାଡ଼ିଛନ୍ତି ଗ୍ରାମବାସୀ।

ଢ଼େଲା ମାଡ଼ରେ ମନ୍ତ୍ରୀଙ୍କ କାର୍‌ କାଚ ଭାଙ୍ଗି ଚୁରମାର ହେବା ସହ ହୋହଲ୍ଲା ଢେଲା ପଥର ମାଡ଼ରେ ଜଣେ କନେଷ୍ଟବଲ୍‌ଙ୍କ ମୁଣ୍ଡ ଫାଟିଲା ସୂଚନା ମିଳିଛି ।

ଅନ୍ୟପଟେ ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ। ରବିବାର ଅନଲାଇନରେ ଟଙ୍କା ମିଳିବ ବୋଲି କହିଛନ୍ତି ସୁରେଶ ପୂଜାରୀ। ଯେଉଁମାନଙ୍କର ଆଧାର ଲିଙ୍କ ନାହିଁ, ତାଙ୍କୁ ସିଧାସଳଖ ଟଙ୍କା ମିଳିବ।

କୁଆପଥରଝଡ଼ ଯୋଗୁଁ ମୟୂରଭଞ୍ଜ ଜିଲାରେ ୧୭ଟି ପଞ୍ଚାୟତର ଶତାଧିକ ଗାଁ ପ୍ରଭାବିତ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକର ମୋଟ ୧୯ଟି ଗ୍ରାମପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଛି ଏବଂ ୨୯୫ ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଗୋଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *