ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ ଅଫିସରେ ଲୁଟ୍ । ସମ୍ବଲପୁର ଜିଲ୍ଲା ଅଇଁଣ୍ଠାପାଲି ଥାନା ଅନ୍ତର୍ଗତ ବୁଢ଼ାରାଜା ବଜାରରେ ଥିବା ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟରୁ ଡକାୟତି ହୋଇଥିବା ସୂଚନା ମିଳିଛି । ୧୦ ଜଣ ସଶସ୍ତ୍ର ଲୁଟେରା ଆତଙ୍କ ମଚାଇ ବିପୁଳ ପରିମାଣର ସୁନା ଅଳଙ୍କାର ଲୁଟ ଅଭିଯୋଗ । ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଛି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହିତ କର୍ମଚାରୀଙ୍କୁ ପଚାରଉଚରା କରୁଛି । ଏହା ସହ ସହରର ବାହାରକୁ ଯାଉଥିବା ରାସ୍ତା ଗୁଡିକରେ ନାକାବନ୍ଦୀ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଏସପି । ସୂଚନା ଯୋଗ୍ୟ; ଆଜି ସକାଳ ପ୍ରାୟ ୧୦ଟା ସମୟରେ ମଣପୁରମ୍ ଗୋଲ୍ଡ ଲୋନ୍ କାର୍ଯ୍ୟାଳୟ ଖୋଲିବା ପରେ ମୁଖା ପିନ୍ଧା ଡକାୟତ ପଶିଥିଲେ । ୫ଟା ବାଇକରେ ୧୦ ଜଣ ଡକାୟତ ଆସିଥିଲେ । ଏହା ପରେ ବନ୍ଧୁକ ଦେଖାଇ ବ୍ୟାଙ୍କ୍ କର୍ମଚାରୀଙ୍କୁ ବାନ୍ଧିକି ନିର୍ଧୁମ ମାଡ଼ ମାରିଥିଲେ । ପରେ ବ୍ୟାଙ୍କରୁ ପ୍ରାୟ ୩୦ କିଲୋଗ୍ରାମ ସୁନା ପୋଛି ନେଇଛନ୍ତି । ଏ ନେଇ ବ୍ୟାଙ୍କ୍ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । Post navigation ଘର ତିଆରି କରୁଥିଲେ ସାବଧାନ; ରାଜଧାନୀରେ ବିକ୍ରି ହେଉଛି ନକଲି ସିମେଣ୍ଟ ଓଡ଼ିଶାର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି