ଆଜି ରାଜଧାନୀର ନାଲ୍କୋ ଛକରେ ହଜାର ହଜାର ଉଠା ଦୋକାନୀ ଧାରଣା ଦେଇଛନ୍ତି । ବେଆଇନ ଦୋକାନ ଉଚ୍ଛେଦକୁ ବିରୋଧ କରି ରାସ୍ତାରେ ବସିଲେ ହଜାର ହଜାର ଉଠା ଦୋକାନୀ । ୯ ଦଫା ଦାବି ନେଇ ବିଏମସି ଉତ୍ତର ଜୋନ୍ କାର୍ଯ୍ୟାଳୟ ନିକଟରେ ଦୋକାନୀମାନେ ଧାରଣା ଦେଇଛନ୍ତି । କଟକ-ନନ୍ଦନକାନନ-ଜୟଦେବବିହାର ରାସ୍ତାକୁ ଅବରୋଧ କରି ରାସ୍ତାରେ ଉପରେ ଦୋକାନୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଆରମ୍ଭ କରିଛି । ସୂଚନା ଯୋଗ୍ୟ; ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସମସ୍ତ ସ୍ଥାନକୁ ସ୍ୱଚ୍ଛ ରଖିବା ପାଇଁ ବିଏମ୍ସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ଡ଼ିସେମ୍ବର ୨୪ ରେ ମେୟର ସୁଲୋଚନା ଦାସ କହିଥିଲେ ୫୫ଟି ରାସ୍ତାରୁ ସ୍ଥାୟୀ ଭାବେ ହଟିବେ ଉଠା ଦୋକାନୀ । ରାସ୍ତା କଡ଼ରେ ବାରମ୍ବାର ତାଗିଦ ପରେ ବି କାହିଁକି ରେଜିଷ୍ଟ୍ରେସନ୍ କରିନଥିବା ଦୋକାନୀ ଦୋକାନ ପକାଇଛନ୍ତି ବୋଲି ତାଗିଦ୍ କରିଥିଲେ ମେୟର । ଏହା ସହ ଉଠା ଦୋକାନୀକୁ ହଟାଇ ସ୍ଥାୟୀ ଭେଣ୍ଡିଂ ଜୋନ୍ ଦିଆଯିବ ବୋଲି ମେୟର ସୁଲୋଚନା ଦାସ କହିଥିଲେ । Post navigation ଚାଷୀଙ୍କ ଉପରେ ଦାଉ ସାଜିଲା ଅଦିନିଆ ବର୍ଷା; ଫସଲ ନଷ୍ଟ ଦେଖି ଚାଷୀ ମୃତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଇଂରାଜୀ ନୂତନ ବର୍ଷ ୨୦୨୫ର ଡେସ୍କ୍ ଓ ୱାଲ୍ କ୍ୟାଲେଣ୍ଡର୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ