ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବା ପରେ ରାଉରକେଲାରେ ଦିଲ୍ଲୀପ ରାୟଙ୍କ ବିଶାଳ ରୋଡ଼ ଶୋ’। ରାଜ୍ୟସଭା ନିର୍ବାଚନ ଜିତିବା ପରେ ରାଉରକେଲା ଆସିଛନ୍ତି ଦିଲ୍ଲୀପ। ପାନପୋଷ ଛକରୁ ବିର୍ସାମୁଣ୍ଡା ଛକ ଯାଏଁ ରାଲି କରିଛନ୍ତି ଦିଲ୍ଲୀପ ରାୟ। ଏହି ବିଶାଳ ରୋଡ଼ ଶୋ’ରେ ସମର୍ଥକମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହି ଶୋ’ରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ। ଦିଲ୍ଲୀପ ରାୟଙ୍କ ସାଙ୍ଗରେ ସୁନ୍ଦରଗଡ଼ର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ମଧ୍ୟ ଅଛନ୍ତି।

ଏହି ଅବସରରେ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଦିଲ୍ଲୀପ ରାୟ କହିଛନ୍ତି ରାଉରକେଲା ତାଙ୍କୁ ସବୁ ଦେଇଛି । ତେଣୁ ଶପଥ ପାଠ ପୂର୍ବରୁ ରାଉରକେଲାବାସୀଙ୍କ ଆଶୀର୍ବାଦ ନେଇଛନ୍ତି ଦିଲ୍ଲୀପ।

Leave a Reply

Your email address will not be published. Required fields are marked *