ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଆଜି ଏହି ପବିତ୍ର ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଏତେ ବଡ଼ ଦିନରେ ମହାପ୍ରଭୁ ରହିଛନ୍ତି ଉପବାସ । ଗତକାଲିଠାରୁ ସେବାୟତମାନଙ୍କ ଜିଦ ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଥିବା ଜଣା ଯାଇଛି। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଯୋଗ୍ୟ; ଆଜି ଶ୍ରୀଲିଙ୍ଗରାଜଙ୍କର ନବାଙ୍କ ବେଶ ଏବଂ ମକର ବୀଜେ ଅନୁଷ୍ଠିତ ହେବାର ରହିଥିଲା । କିନ୍ତୁ ସେବାୟତଙ୍କ ଜିଦ ଯୋଗୁଁ ପବିତ୍ର ମକରରେ ଲିଙ୍ଗରାଜ ଉପବାସରେ ରହିଛନ୍ତି । ଗତକାଲି ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା । ଏହା ପରେ କ୍ଷୀର ଆଉଟା ନୀତି ହେବାର ଥିଲା ଏବଂ ସେହି ଆଉଟା କ୍ଷୀର ଆଜି ମକର ଚାଉଳରେ ବ୍ୟବହାର ହେବାର ନିୟମ ରହିଛି । ଯାହାକୁ ମହସୁଆର ସେବାୟତମାନେ କରିବାର ପରମ୍ପରା ରହିଛି । କିନ୍ତୁ ବଡ଼ୁ ସେବାୟତମାନେ ଏକାକୀ ଏହି ନୀତି କରିବେ ବୋଲି ଅଡ଼ି ବସିଥିଲେ । ଯାହାକୁ ନେଇ ମହାସୁଆର ଓ ବଡ଼ୁ ସେବାୟତଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ଲିଙ୍ଗରାଜ ଗତକାଲି ସନ୍ଧ୍ୟାରୁ ମକର ମଣ୍ଡପରେ ବସି ରହିଛନ୍ତି । ଏହା ସହିତ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *