ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ସୂଚନା ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ଗହମ ଆସି ଯାଇଛି କିନ୍ତୁ ସରକାରୀ ସ୍ତରରେ କାମ ସରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ। କେଉଁ ଜିଲ୍ଲାକୁ କେତେ ଗହମ ଆବଶ୍ୟକ, ଏନେଇ ତଥ୍ୟ ଦେବେ ଜିଲ୍ଲାପାଳ। କିଛି ହିତାଧିକାରୀ ଗହମ ଚାହୁଁଥିବାବେଳେ ଆଉ କିଛି ଗହମ ଚାହୁଁ ନାହାନ୍ତି । ତଥ୍ଯ ଆସିବା ପରେ ଲୋକଙ୍କୁ ଗହମ ମିଳିବ ।

ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଏହା ସହ ୮୫ ପ୍ରତିଶତ କେୱାଇସି ସରିଛି, ପୂରା ସରିବାକୁ ଆଉ ୧୫ ଦିନ ଲାଗିବ। ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି।

ସେହିଭଳି ନଭେମ୍ବର ଶେଷ ସୁଦ୍ଧା ବରଗଡ଼ ସୋହେଲାରେ ହେବ ଚାଷୀ ସମାବେଶ । ୧ ଲକ୍ଷ ଚାଷୀ ଏହି ସମାବେଶରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ତାରିଖ ଦେବା ପରେ ଦିନ ଧାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ପାତ୍ର ।

 

Leave a Reply

Your email address will not be published. Required fields are marked *