ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ରାଜସ୍ବ ନିରୀକ୍ଷକ (ଆରଆଇ) ସୁରେନ୍ଦ୍ର କୁମାର ତନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା ସହିତଘର ସମେତ କୋରାପୁଟ ଏବଂ ଜୟପୁରରେ ଥିବା ସୁରେନ୍ଦ୍ରଙ୍କ ୮ଟି ଠିକଣାରେ ଅଧିକାରୀମାନେ ଚଢ଼ାଉ ଜାରି ରଖିଛନ୍ତି।

ସୁରେନ୍ଦ୍ର କୁମାର ତନ୍ତିଙ୍କ ବୋରିଗୁମ୍ମାସ୍ଥିତ ଦୁଇ ମହଲା କୋଠା, ସମ୍ପର୍କୀୟଙ୍କ ଘର ସହ ଝିଅ ରହୁଥିବା ଭଡା ଘରେ, ରନସପୁରରେ ପୈତୃକ ଘର, ବୋରିଗୁମ୍ମା ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସ ସହ କୁମୁଲିର ଅଫିସରେ ଚଢାଉ କରିଛି ଭିଜିଲାନ୍ସ ।

ଏହି ଚଢ଼ାଉରେ ୩ ଜଣ ଡିଏସପି, ସାତ ଜଣ ଇନ୍ସପେକ୍ଟର, ପାଞ୍ଚ ଜଣ ସହକାରୀ ସବ୍-ଇନ୍ସପେକ୍ଟର ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ କି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *