ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଆକ୍ରମଣ । କାର୍ଯ୍ୟାଳୟରେ ପିଡ଼ିବା ସହ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣି ଅଧିକାରୀଙ୍କୁ ନିର୍ଧୁମ ପଡ଼ିଲେ ଯୁବକ । ବେଆଇନ କାର୍ଯ୍ୟ କରିବାକୁ ମନା କରିବାରୁ ନିର୍ଧୂମ ଛେଚିଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଘଟିଛି ଏହି ଭଳି ଅଭାନୀୟ ଘଟଣା। ଆରଆଇଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆରଆଇ ତାପସ ରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହେଇଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ସୂଚନା ମିଳିଛି । ଏହା ପରେ ଆରଆଇ ଚାନ୍ଦବାଲି ଥାନାରେ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନସ୍ଥ ସାରଣା ରାଜସ୍ବ ନୀରିକ୍ଷକ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟରତ ଥିଲେ । ସେହି ସମୟରେ ଭୂଇଁବୃତ୍ତି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ସର୍ବେଶ୍ୱର ଦାସଙ୍କ ପୁଅ ସୁବାସ ଦାସ ନାମକ ଯୁବକ ଆରଆଇ ଅଫିସକୁ ଯାଇ କିଛି ବେଆଇନ କାର୍ଯ୍ୟ କରିବା ପାଇଁ ଆରଆଇଙ୍କୁ କହିଥିଲେ । କିନ୍ତୁ ଆରଆଇ ତାପସ ରଞ୍ଜନ ଜେନା ତାଙ୍କୁ ମନା କରି ଦେଇଥିଲେ । ଆରଆଇ ତାପସ ରଞ୍ଜନ ଓ ସୁବାସଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସୁବାସ ଆରଆଇଙ୍କୁ ମାଡ ମାରିଥିବା ଜଣାପଡିଛି। Post navigation Biju-Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ନବୀନ ପଟ୍ଟନାୟକ Devi Ranjan Tripathy Slams Naveen Patnaik: ଏବେ ବି ପାଣ୍ଡିଆନଙ୍କ କବ୍ଜାରେ ରହିଛି ବିଜେଡି: ଦେବୀ ରଂଜନ ତ୍ରିପାଠୀ