ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ବ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯିଏ ଦୁର୍ନୀତି କରିବ ସିଏ ଜେଲ୍‌ ଯିବ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ। ରାଜ୍ୟରେ ଦୁର୍ନୀତି ଉପରେ ରୋକ ଲଗାଯିବ। ଯିଏ ଦୁର୍ନୀତି କରିବ ସିଏ ଜେଲ୍‌ ଯିବ । ଦୁର୍ନୀତି କରନ୍ତୁ ନାହିଁ, କୌଣସି କାମ ପାଇଁ ମଧ୍ୟ କାହାକୁ ଲାଞ୍ଚ ଦିଅନ୍ତୁ ନାହିଁ । ଦୁର୍ନୀତିକୁ ସମୂଳେ ନାଶ କରିବା ପାଇଁ ରାଜ୍ୟ ସରକାର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଅନେକ ସରକାରୀ ଅଧିକାରୀ ମଧ୍ୟ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ରାଜ୍ୟ ସରକାର ରାଜ୍ୟରୁ ଦୁର୍ନୀତିକୁ ହଟାଇବା ପାଇଁ ସଂକଳ୍ପ ନେଇଛନ୍ତି । ବିଭିନ୍ନ ସମୟରେ ରାଜ୍ୟରେ ସରକାରୀ ବାବୁମାନେ ଲାଞ୍ଚ ନେଉଛନ୍ତି । ଯାହା ତାଙ୍କ ପାଇଁ ମହଙ୍ଗା ପଡୁଛି । ଅନେକ ଅଧିକାରୀ ଗିରଫ ହୋଇ ଜେଲରେ ଅଛନ୍ତି । ୪ ଓ ୫ ତାରିଖରେ ସମସ୍ତ ଅଧିକାରୀଙ୍କୁ ଡାକି ଦୁର୍ନୀତି ବନ୍ଦ କରିବାକୁ ଚେତାବନୀ ଦେଇଥିଲୁ । ପୁଣି ଥରେ କହୁଛୁ ଏବେ ବି ସମୟ ଅଛି ସମସ୍ତେ ସତର୍କ ହୋଇ ଯାଆନ୍ତୁ । କେହି ବର୍ତ୍ତିବେ ନାହିଁ । ସମୟ ଥାଉ ଥାଉ ସତର୍କ ହୋଇଯାଅ । ଆମକୁ ସହଯୋଗ କରନ୍ତୁ, କେହି ବି ଲାଞ୍ଚ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Leave a Reply

Your email address will not be published. Required fields are marked *