ଯାଜପୁରକୁ ଛାଡ଼ି ବନ୍ୟା ସ୍ଥିତି ସବୁ ଜିଲ୍ଲାରେ ସ୍ଥିତି ସ୍ବାଭାବିକ ରହିଛି । ତେଣୁ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଜିଲ୍ଲା ଯିବେ ରାଜସ୍ବ ମନ୍ତ୍ରୀ । ଯାଜପୁର ଜିଲ୍ଲା ଗସ୍ତ ପୂର୍ବରୁ ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଲଗାଣ ବର୍ଷା ଯୋଗୁଁ ଯାଜପୁରରେ ଘାଇ ସୃଷ୍ଟି ହୋଇଛି ତେଣୁ ୩୦/୪୦ ଗାଁ ପ୍ରଭାବିତ ହୋଇଛି । ପାଣି ଛାଡ଼ିଲେ ହିଁ ଘାଇ ମରାମତି କରିବ ସମ୍ଭବ । ୫ ହଜାରରୁ ଊର୍ଦ୍ଧ୍ବ ଲୋକ ରିଲିଫ୍ କେନ୍ଦ୍ରରେ ଅଛନ୍ତି । ଜଳପ୍ଳାବିତ ଅଞ୍ଚଳରୁ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି । ପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ ହେବ, ରିପୋର୍ଟ ଆସିଲେ ତୁରନ୍ତ କ୍ଷତିପୂରଣ ଦିଆଯିବ । ସୂଚନା ଯୋଗ୍ୟ; ରାଜ୍ୟରେ ଜାରି ରହିଛି ବର୍ଷା। ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଶାଖା କାଣୀ ନଦୀରେ ଘାଇ ସୃଷ୍ଟି ହୋଇଛି। ଯାଜପୁରର ବିଭିନ୍ନ ଗ୍ରାମ ଏଥିରେ ପ୍ରଭାବିତ ହୋଇଛି । ଏନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଉଛି । Post navigation ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା