ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । SRCଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ । SRC, OSDMA, ଅନ୍ୟ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ବତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂ ମଧ୍ୟ ଉପସ୍ଥିତ ରହିଥିଲେ। ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ୮ ଜିଲ୍ଲା ରେଡ୍ ଜୋନ୍ରେ ରହିଛି । ସେଗୁଡିକ ମଧ୍ୟରେ ରହିଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି । ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, ଜଗତସିଂହପୁର ମଧ୍ୟ ପ୍ରଭାବିତ ହୋଇପାରେ । କେବଳ ରେଡ୍ ନୁହେଁ, ସମସ୍ତ ପ୍ରକାର ୱାର୍ଣ୍ଣିଂ ପାଇଁ ସଜାଗ କରୁଛୁ । ଜଳସମ୍ପଦ, ପଞ୍ଚାୟତିରାଜ, କୃଷି, ଶକ୍ତି ବିଭାଗକୁ ସଜାଗ କରିଛୁ’। ‘ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ’ । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ବାତ୍ୟାରେ କଳାବଜାରୀ କଲେ କଠୋର ହେବ କାର୍ଯ୍ୟାନୁଷ୍ଠାନ । ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ । Post navigation Maoist: ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍ ମାଓବାଦୀ