ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କଣ ଥିଲା । ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କରୁଥିଲେ କଣ ? ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କଣ ଗୌରବ ବିଷୟ କି । ଏହା ସହ ମଧ୍ୟ ରେଭେନ୍ସାର ନାଁ ବଦଳିବା ତାଙ୍କ ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି। ଏହା ଉପରେ ବିତର୍କ ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । । ସୂଚନଯୋଗ୍ୟ; ଥୋମାସ ଏଡୱାଡ ରେଭେନ୍ସା ଏହି ମହାବିଦ୍ୟାଳୟର ୧୮୬୮ ମସିହାରେ ପ୍ରତିଷ୍ଠା କରିଥିଲେ । ୧୮୬୬ର ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଲୋକମାନେ ବହୁ ଅସୁବିଧାରେ ପଡ଼ିଥିଲେ। ସେ ଯୁଗରେ ଓଡ଼ିଶାରେ ଉଚ୍ଚତର ଶିକ୍ଷାର କିଛି ସାଧନ ନଥିଲା। ଏହି ସମୟରେ କିଛି ଦୂରଦର୍ଶୀ ଓଡ଼ିଆ ତଥା ଶାସନ କରୁଥିବା କିଛି ଇଂରେଜ ସୁଶାସକମାନେ ଓଡ଼ିଶାରେ ଏକ ମହାବିଦ୍ୟାଳୟ ଖୋଲିବା ପାଇଁ ଇଛା କରିଥିଲେ। ଏହିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ତତ୍କାଳୀନ କମିସନରଟି ଇ ରେଭେନ୍ସା ଯେ କି ସେ କାଳର ଓଡ଼ିଆ ଛାତ୍ରମାନଙ୍କ ଏହି ଦୁଖ ବୁଝି ୧୮୬୮ ମସିହାରେ ଜାନୁୟାରୀରେ କଟକ ଜିଲ୍ଲା ସ୍କୁଲରେ ଉଚ୍ଚ ମାଧ୍ୟମିକ ଶ୍ରେଣୀ ସ୍ଥାପନ ହେଇଥିଲା। ଏହାପରେ ୨୦୦୬ ମସିହା ନଭେମ୍ବର ୧୫ ତାରିଖରେ ରେଭେନ୍ସା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । Post navigation ହରିଦାସପୁର- ପାରାଦ୍ବୀପ ଦ୍ବିତୀୟ ରେଳ ଲାଇନ ପାଇଁ ଅଶ୍ବିନୀ ବୈଷ୍ଣବଙ୍କୁ ବୈଜୟନ୍ତ ପଣ୍ଡାଙ୍କ ଚିଠି ରେଭେନ୍ସା ନାଁ ବଦଳିବା ପ୍ରସଙ୍ଗ: କଡ଼ା ଭାଷାରେ ବିରୋଧ କଲେ ପୂର୍ବତନ ପ୍ରଫେସର ଓ ଛାତ୍ର