ଆଜିଠୁ ରାଜ୍ୟରେ କମିବ ତାତି । କିଛି ଦିନ ଧରି ଦିନରେ ଖରା, ଗରମ ଓ ମଧ୍ୟାହ୍ନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଥିବା ବେଳେ ଗରମ ଗୁଳୁଗୁଳି ବଢି ଚାଲିଥିଲା । ହେଲେ ଆଜିଠୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଖସିବ । ଯାହାଫଳରେ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ସ୍ଥାନରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆଗାମୀ ରଜ ତିନି ଦିନ ମଧ୍ୟ ପ୍ରବଳ ବର୍ଷା ପବନ ହେବାର ସମ୍ଭାବନା ଅଛି। ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କୁ ଏନେଇ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ସତର୍କ କରାଯାଇଛି। ଉତ୍ତର ଉପକୂଳ ଓଡିଶା ଓ ଆଖପାଖ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । Post navigation ରାଜ୍ୟ ସ୍ତରୀୟ ବିକାଶ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୁକ୍ତ ୩ ନାମଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା