ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରା ପାଇଁ ଆସନ୍ତାକାଲିଠାରୁ ପ୍ଲଟ୍ ଆବଣ୍ଟନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । କଟକ ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ । କାଲିଠାରୁ ଅକ୍ଟୋବର ୯ ମଧ୍ୟରେ ୧୦୦ ଟଙ୍କାରେ ମିଳିବ ଆବେଦନପତ୍ର। ବାରବାଟୀ ପ୍ୟାଲେସ୍ରୁ ସଂଗ୍ରହ ଓ ଦାଖଲ କରିପାରିବେ ଆବେଦନପତ୍ର । ସେହିପରି ଜଣେ ବ୍ୟକ୍ତି/ଅନୁଷ୍ଠାନ ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଆବେଦନ କରିପାରିବେ । ପ୍ଲଟ ପିଛା ପ୍ରାରମ୍ଭିକ ପଞ୍ଜୀକରଣ ରାଶି ୫ ହଜାର ଟଙ୍କା । ଗୋଟିଏ ପ୍ଲଟ୍ ପାଇଁ ଏକାଧିକ ଆବେଦନ ଥିଲେ ନିଲାମ ହେବ । ଏଡିଏମ୍ କହିଛନ୍ତି କେବଳ ତଳ ବାଲିଯାତ୍ରା ପଡ଼ିଆ ପାଇଁ ପ୍ଲଟ୍ ଆବଣ୍ଟନ ହେବ । କେବଳ ତଳ ପଡ଼ିଆରେ କଟକ ବାଲିଯାତ୍ରା ହେବ । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବନି । ଚଳିତ ବର୍ଷ ହାଇବ୍ରିଡ୍ ମୋଡରେ ଉଭୟ ଅନଲାଇନ ଏବଂ ଅଫଲାଇନରେ ପ୍ଲଟ୍ ଆବଣ୍ଟନ ହେବ । ଜିଲ୍ଲା ପ୍ରଶାସନ ୱେବସାଇଟ୍ କିମ୍ବା ବାଲିଯାତ୍ରାର ଅଫିସିଆଲ୍ ୱେବ୍ ସାଇଟକୁ ଯାଇ ଆବେଦନ କରିହେବ । ବାରବାଟୀ ପ୍ୟାଲେସରେ ଫର୍ମ ଉପଲବ୍ଧ ହେବ ଏବଂ ସେହିଠାରେ ଦାଖଲ ମଧ୍ୟ କରାଯିବ । ପ୍ରତ୍ୟେକ ବ୍ୟକ୍ତି କିମ୍ବା ଅନୁଷ୍ଠାନ ୧୦୦ଟଙ୍କା ମୂଲ୍ୟର ଫର୍ମ ସହିତ ସର୍ବାଧିକ ୩ଟି ପ୍ଲଟ୍ ପାଇଁ ଆବେଦନ କରିପାରିବେ । ବାରବାଟୀ ପ୍ୟାଲେସରେ ଖାଦ୍ୟ ଏବଂ ଅଣ-ଖାଦ୍ୟ ବର୍ଗ ପାଇଁ ପୃଥକ ଆବେଦନ ଆବଶ୍ୟକ । ପ୍ଲଟ୍ ପାଇଁ ବର୍ଗ ଫୁଟ୍ ହିସାବରେ ଆଉ ଏକ କାଟାଗୋରୀ ଯୋଡ଼ା ଯାଇଛି । ଏଥର ବର୍ଗ ଫୁଟ ପ୍ରତି ୪୦ ଟଙ୍କା ମଧ୍ୟ ରଖାଯାଇଛି । ଏହା ସହିତ ଗତ ବର୍ଷ ଭଳି ୫୦ ଟଙ୍କା ଓ ୬୦ ଟଙ୍କା ସହିତ ୪୦ ଟଙ୍କା ମଧ୍ୟ ରହିବ । ତଳ ପଡ଼ିଆରେ ମୋଟ ୬୦ ଏକର ଜମି ରହିଥିବାବେଳେ ୧୬୭୦ଟି ପ୍ଲଟ୍ କରାଯାଇଛି । Post navigation ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ ସୁନ୍ଦରଗଡ଼ ଟ୍ରାଜେଡି: ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ