ପ୍ରାୟ ୫ ବର୍ଷ ପରେ ଖସିଲା ରେପୋ ରେଟ୍ । ରେପୋ ରେଟ୍‌ରେ ପରିବର୍ତ୍ତନ ଆଣିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ମୁଦ୍ରାନୀତିକୁ ନେଇ ଆଜି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସୂଚନା ଦେଇ କହିଛନ୍ତି ୫ ବର୍ଷ ପରେ ରେପୋ ରେଟ୍‌ରେ ପରିବର୍ତ୍ତନ ଆଣିଲା ଆରବିଆଇ । ଏହା ନୀତିଗତ ସୁଧ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଏବେ ପଲିସି ସୁଧ ହାର ପୂର୍ବରୁ ୬.୫ ପ୍ରତିଶତ ଥିବା ବେଳେ ଏବେ ୬.୨୫ ପ୍ରତିଶତକୁ ହ୍ରାସ ପାଇବ। ରେପୋ ହାର ହ୍ରାସ ଦ୍ଵାରା ମଧ୍ୟବିତ୍ତ ବର୍ଗକୁ ଆଶ୍ୱସ୍ତି ମିଳିବ।

Leave a Reply

Your email address will not be published. Required fields are marked *