ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିନକୁ ଦିନ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହେବା ସହ ବିବାଦ ଥମିବାର ନାଁ ନେଉନି। ଏହି ସମୟରେ ରେଭେନ୍ସା କ୍ୟାମ୍ପସ୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ଆଜି କଟକ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଚିଠିରେ ବିଶ୍ଵବିଦ୍ୟାଳୟ ତରଫରୁ ଲେଖା ଯାଇଛି, ଆନ୍ଦୋଳନ ପାଇଁ କ୍ୟାମ୍ପସ୍‌ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପ୍ରବେଶ କରୁଛନ୍ତି । ଏଥିଯୋଗୁଁ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି । କ୍ୟାମ୍ପସ ଭିତରେ ଛାତ୍ର ଛାତ୍ରୀଙ୍କ ହଷ୍ଟେଲ ଓ କଲେଜର କର୍ମଚାରୀମାନେ ମଧ୍ୟ ରହୁଛନ୍ତି ।

ଏଥିପାଇଁ ସୁରକ୍ଷା ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ ସହ ଶୈକ୍ଷିକ ବାତାବରଣ ବଜାୟ ରଖିବାକୁ ଓ ପ୍ରବେଶ ପଥ ସହ କ୍ୟାମ୍ପସରେ ପୋଲିସ ମୁତୟନ ପାଇଁ ନିବେଦନ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ।

Leave a Reply

Your email address will not be published. Required fields are marked *