ଆଜି ଶ୍ରୀମନ୍ଦୀର ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟି ବୈଠକ ଅନୁଷ୍ଠିତ ହେବ। ତଦାରଖ କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ୱନାଥ ରଥ ବୈଠକରେ ସଭାପତିତ୍ବ କରିବେ। ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଆଲୋଚନା ହେବ। ଭିତର ଏବଂ ବାହାର ରତ୍ନଭଣ୍ଡାର ମରାମତି ସମେତ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି ସମ୍ପର୍କରେ ଆଲୋଚନା ହୋଇପାରେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧୀକ୍ଷକ ଏବଂ ଅନ୍ୟ ସଦସ୍ୟ ଯୋଗଦେବେ। ପରିବର୍ତ୍ତିତ ମାର୍ଗଦର୍ଶିକା ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ପୁଣି କେବେ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ କମିଟି ନିଷ୍ପତ୍ତି ଗ୍ରହଣ କରିବ। Post navigation ଫୁଲୁଛି ମହାନଦୀ: ୭ ଜିଲ୍ଲାକୁ ସତର୍କ ସୂଚନା ଭିଜିଲାନ୍ସ ପଞ୍ଝାରେ ଭୁବନେଶ୍ୱର ଅବକାରୀ ଜଏଣ୍ଟ କମିଶନର