ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ଚାଉଳ। ରାଜ୍ୟରେ ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫କେଜି ଚାଉଳ । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ରାସନ କାର୍ଡଧାରୀଙ୍କୁ ୫କେଜି ଅଧିକ ଚାଉଳ ମିଳିବ। ଏନେଇ ୧୯ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏହା ସହ ଅତିରିକ୍ତ ଚାଉଳ ବଣ୍ଟନ ଶେଷ କରିବା ସହ ୩ ମାସ ପାଇଁ ଅଧିକ ୫ କେଜି ଚାଉଳ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୯ ଜିଲ୍ଲାରେ ମୋଟ ୨ କୋଟି ୪୦ଲକ୍ଷ ହିତାଧିକାରୀ ଏଥିରେ ଉପକୃତ ହେବେ।

ଅଧିକ ଚାଉଳ ମିଳିବାକୁ ଯାଉଥିବା ରାଜ୍ୟ ଗୁଡ଼ିକ ହେଲା ଅନୁଗୁଳ, ବାଲେଶ୍ୱର, ବରଗଡ, ଭଦ୍ରକ, କଟକ, ଦେଓଗଡ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ । ଏହି ଜିଲ୍ଲାଗୁଡ଼ିକର ଜିଲାପାଳଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି। ନଭେମ୍ବର ୧୦ ତାରିଖ ସୁଦ୍ଧା ବଣ୍ଟନ ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *