ratha-katha-anukula-ritual-performed-at-puri-sri-mandir
ଆଜି ପବିତ୍ର ଶ୍ରୀପଞ୍ଚମୀରେ ରଥ କାଠ ଅନୁକୂଳ ହୋଇଛି । ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ଅବସରରେ ଚଳିତ ବର୍ଷ ୨୦୨୬ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି ।
 
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ଉପସ୍ଥିତିରେ ୩ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି ।
 
ପରମ୍ପରା ଅନୁଯାୟୀ, ବସନ୍ତ ପଞ୍ଚମୀ ତିଥିରେ ରଥକାଠ ଅନୁକୂଳ ଏବଂ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାର ବିଧି ରହିଛି । ସେହିପରି ଆସନ୍ତା ରାମ ନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି ।

By Nirvay

Leave a Reply

Your email address will not be published. Required fields are marked *