ରାଜ୍ୟସଭା ନିର୍ବାଚନ ସରିବା ପରେ କ୍ରସ ଭୋଟିଂକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ସାନଖେମୁଣ୍ଡିରୁ କଂଗ୍ରେସରୁ ନିଲମ୍ବିତ ବିଧାୟକ ରମେଶ ଜେନା । ସେ କହିଛନ୍ତି କଂଗ୍ରେସ ରୁ ୫ କ୍ରସ୍ ଭୋଟ ହୋଇଛି। ୫ ଭୋଟ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଯାଇଛି। ୨୪ ବର୍ଷ ଧରି ବିଜେଡି ହଇରାଣ କରିଥିଲା । ତାହାର ପ୍ରତିଶୋଧ ନେଇଛି । ମୋ ପ୍ରତି, ପରିବାର ପ୍ରତି, ମୋ ଲୋକଙ୍କ ପ୍ରତି ଅନ୍ୟାୟ କରିଥିଲେ । ସମୟକୁ ଅପେକ୍ଷା କରିଥିଲି, ପ୍ରତିଶୋଧ ନେଲି । ବିଜେଡି ଯେଉଁ ହଇରାଣ କରିଛି, ଯିଏ ପ୍ରକୃତ କଂଗ୍ରେସ ଲୋକ, ଭୁଲିପାରିବନି । ମୋ ବିବେକ କହିଲା ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବିନି । ମୋ ବିରୋଧରେ ଓ ମୋ ୮୫ ବର୍ଷର ବାପା ନାଁରେ ବି ମାମଲା କଲେ । ମୋ ମାଆ ବାପାଙ୍କ ସ୍ବାଭିମାନ ଓ ସମ୍ମାନ ପାଇଁ ଭୋଟ୍ ଦେଲିନି । ଏହା ସହ ପିସିସି ସଭାପତିଙ୍କୁ ଟାର୍ଗେଟ୍ କରିଛନ୍ତି ରମେଶ ଜେନା । ସେ କହିଛନ୍ତି ରାଜ୍ୟ ରାଜନୀତିରେ ପିସିସି ସଭାପତି ଭକ୍ତ ଦାସଙ୍କର କିଛି ଅଭିଜ୍ଞତା ନାହିଁ। ଖାଲି ପଦବୀ ମାଡ଼ି ବସିଛନ୍ତି। ଭକ୍ତ ଦାସ ବିଭିନ୍ନ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛନ୍ତି। କଂଗ୍ରେସକୁ ବୁଡ଼େଇ ଦେବେ। ବାପା ଏଜେଣ୍ଟ ରହିବେ, ପୁଅ ଭୋଟ୍ ଦେବ । ପୁଅ କାହାକୁ ଭୋଟ୍ ଦେଲା, ବାପା କଣ ସତ କହିବେ କି ପଚାରିଲେ । ଯେତେବେଳେ ପୁଅ ଭୋଟ ଦେବାର ଅଛି, ବାପା ଏଜେଣ୍ଟ ରହିବା କଥା କି ? Post navigation Rain Alert in Odisha: ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା Poisonous Food Found In Odisha: ରାଜ୍ୟରେ ମିଳୁଛି ବିଷାକ୍ତ ଖାଦ୍ୟ: କୃଷ୍ଣଚନ୍ଦ୍ର ପାତ୍ର