ରାଜ୍ୟସଭା ଚତୁର୍ଥ ଆସନ ନେଇ କଂଗ୍ରେସରେ ଫାଟ ଦେଖା ହେଉଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ‘କମନ୍ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ନାମ ଘୋଷଣା କରିବା ପରେ ଏହାକୁ ସମର୍ଥନ ଜଣାଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ହେଲେ ପିସିସି ସଭାପତିଙ୍କ ସହ ଦଳର ସମସ୍ତ ୧୪ ବିଧାୟକ ନାହାନ୍ତି ତାହା ସ୍ପଷ୍ଟ ହୋଇଛି। କଂଗ୍ରେସର ବିଧାୟକ ଦଳ ବୈଠକରେ ସବୁ ବିଧାୟକ ଉପସ୍ଥିତ ନଥିବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ କଟକ ବାରବାଟି ବିଧାୟକ ସୋଫିଆ ଫିରଦୋସ୍ ବୈଠକ ଉପସ୍ଥିତ ନଥିଲେ । ଅନ୍ୟପଟେ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ରମେଶ ଓ ସୋଫିଆ ସମର୍ଥନ କରିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ । ସେ କହିଛନ୍ତି କଂଗ୍ରେସରୁ କେବେ କ୍ରସ୍ ଭୋଟିଙ୍ଗ ହେବନି । କଂଗ୍ରେସର ସମସ୍ତ ବିଧାୟକ ଏକଜୁଟ୍ ଅଛନ୍ତି ଏବଂ ଦଳର ନିଷ୍ପତ୍ତି ଅନୁଯାୟୀ ମତଦାନ କରିବେ । ରମେଶ ଜେନା ଓ ସୋଫିଆ ଫିର୍ଦ୍ଦୋସ୍ କାର୍ଯ୍ୟବ୍ୟସ୍ଥତାରୁ ଆସି ନ ଥିଲେ । କିନ୍ତୁ ଉଭୟ ସମର୍ଥନ ଦେବେ ବୋଲି ମୋ ସହିତ କଥା ହୋଇ କହିଛନ୍ତି । ସୂଚନା ଯୋଗ୍ୟ; ନିର୍ବାଚନ ରଣନୀତି ଉପରେ ଆଲୋଚନା କରିବା ଏବଂ ମାର୍ଚ୍ଚ ୧୬ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଡକ୍ଟର ହୋତାଙ୍କ ପାଇଁ ଏକୀକୃତ ସମର୍ଥନ ସୁନିଶ୍ଚିତ କରିବା ପାଇଁ ସୋମବାର CLP ବୈଠକ ଡକାଯାଇଥିଲା। ଏହି ବୈଠକରେ ଦଳୀୟ ଫାଟ ପଦାକୁ ଆସିଛି। । ରାଜଧାନୀର ଏକ ହୋଟେଲ୍କୁ ବୈଠକ ହୋଇଥିଲା। ୧୪ ଜଣ ବିଧାୟକରୁ ୧୨ଜଣ ବିଧାୟକ ହୋଟେଲ୍ରେ ଆସି ପହଞ୍ଚିଥିଲେ। ବୈଠକରେ ପିସିସି ସଭାପତିଙ୍କ ବାଦ୍ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସହପ୍ରଭାରୀ ମୟୂର ଜୟକୁମାର ଓ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ |ହେଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ କଟକ ବାରବାଟି ବିଧାୟକ ସୋଫିଆ ଫିରଦୋସ୍ ବୈଠକକୁ ଆସି ନ ଥିଲେ। Post navigation Crowd Surge Near Dola Bedi At Puri: ଶ୍ରୀମନ୍ଦିର ଦୋଳବେଦୀ ନିକଟରେ ଠେଲାପେଲା Rajya Sabha Elections: ରାଜ୍ୟସଭା ପାଇଁ ମନମୋହନ ଓ ସୁଜିତଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା