ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ହରିୟାଣାର ରୋହତକର ସୁନାରିଆ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ଜେଲରୁ ବାହାରିଛନ୍ତି। ଆସନ୍ତା ୫ତାରିଖରେ ହରିୟାଣା ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାମ ରହିମଙ୍କୁ ୨୦ଦିନର ପାରୋଲ ଅନୁମତି ମିଳିଛି। ୨୦ଦିନ ପାଇଁ ପାରୋଲ ମିଳିବା ପରେ ଆଜି ସକାଳୁ ରୋହତକଙ୍କ ସୁନାରିଆ ଜେଲରୁ ବାହାରି ୟୁପିର ବାଗପତସ୍ଥିତ ବର୍ଣ୍ଣାୱା ଆଶ୍ରମକୁ ଯାଇଥିଲେ। ତେବେ ନିର୍ବାଚନ ଆୟୋଗ ମଧ୍ୟ ରାମ ରହିମ ଆଗରେ ତିନୋଟି ସର୍ତ୍ତ ରଖିଛନ୍ତି । ସର୍ତ୍ତ ଗୁଡ଼ିକ ହେଲା ନିର୍ବାଚନ ସମୟରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇନାହିଁ। ସୋସିଆଲ ମିଡ଼ିଆରେ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନହେବାକୁ ବି ନିର୍ଦ୍ଦେଶ ରହିଛି।

ସୂଚନା ମୁତାବକ; ସିରସା ଆଶ୍ରମରେ ରାମ ରହିମ ତାଙ୍କର ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା ।ଗତ ଚାରି ବର୍ଷ ମଧ୍ୟରେ ରାମ ରହିମ ୧୫ଥର ପାରୋଲରେ ଜେଲରୁ ବାହାରିଛନ୍ତି।

Leave a Reply

Your email address will not be published. Required fields are marked *